ବାଲିଗୁଡା ଅଞ୍ଚଳରେ ମାଓବାଦୀଙ୍କ ତାଣ୍ଡବ ଆରମ୍ଭ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅଞ୍ଚଳରେ ମାଓବାଦୀମାନେ ଏକ ଘରୋଇ ଠିକା କମ୍ପାନୀକୁ ଉଡ଼ାଇଦେଇଥିବା ଜଣାପଡ଼ିଛି। ଏହି ପରିପ୍ରେକ୍ଷୀରେ ଠିକା ସଂସ୍ଥା ଦ୍ୱାରା ବ୍ୟବହୃତ ହେଉଥିବା ହାଇୱା, ପାଣି ଟ୍ୟାଙ୍କର ସମେତ ୬ଟି ଗାଡ଼ିକୁ ପୋଡି ଦିଆଯାଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ ବାଲିଗୁଡା ଥାନା ଅଞ୍ଚଳର କଞ୍ଜାଲଗୁ ଓ ପରୁଭଟା ଜଙ୍ଗଲରେ ଚାଲିଥିବା ୮ କିମି ରାସ୍ତା କାମକୁ ମାଓବାଦୀମାନେ ପୂର୍ବରୁ ବିରୋଧ କରିଥିଲେ। ବାଲିଗୁଡା ପୂର୍ତ୍ତି ବିଭାଗ ଦ୍ୱାରା ଚାଲିଥିବା ଏହି ରାସ୍ତା କାମକୁ ବିରୋଧ କରି ଠିକା କ୍ୟାମ୍ପ ଉପରେ ଆକ୍ରମଣ କରି ଏହାକୁ ଉଡାଇ ଦେଇଛନ୍ତି। ଏଥି ସହ ରାସ୍ତାକାମରେ ବ୍ୟବହୃତ ଗାଡ଼ିଗୁଡ଼ିକୁ ମଧ୍ୟ ପୋଡି ଦିଆଯାଇଛି। ତେବେ ଏଥିରେ କୌଣସି ଜୀବନ ହାନି ହୋଇନଥିବା ଜଣାପଡ଼ିଛି।ସେହିପରି ପୋଷ୍ଟର ଓ ବ୍ୟାନର ଲଗାଇ ସଫେଲ ଏନକାଉଣ୍ଟରରେ ସାମିଲ ଥିବା ସୂଚନାଦାତାଙ୍କୁ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରାଯିବ ବୋଲି ବାର୍ତ୍ତା ଜାରି କରିଛନ୍ତି। ରବିବାର କ. ନୂଆଗାଁ ଓ ବାଲିଗୁଡାରେ କେକେବିଏନ ମାଓ ସଂଗଠନ ପକ୍ଷରୁ ପୋଷ୍ଟର ଓ ବ୍ୟାନର ଜାରି କରିଥିଲେ। ସୋମବାର ମାଓଙ୍କ ଦ୍ୱାରା ଠିକା କ୍ୟାମ୍ପକୁ ଉଡାଇଦିଆଯିବା ସହ ଅନ୍ୟ ସାମଗ୍ରୀ ପୋଡ଼ାଜଳକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ତେବେ ଏନେଇ ପୁଲିସ ପକ୍ଷରୁ ଯାଞ୍ଚ କଡ଼ାକଡ଼ି କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ