ରୁଷିକୁଲ୍ୟା ରୟତ ମହାସଭା ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

କୋଦଳା,(ଗୁଲସନ କୁମାର କର) :ବୁଧବାର ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ନିକଟସ୍ଥ କେ ବରିଡ଼ା ଅମରେଶ୍ବର ବିଦ୍ୟାପୀଠ ଓ ନୋଡ଼ାଲ ଉଚ୍ଚ ପ୍ରାଥମିକ ପ୍ରାଥମିକ ବିଦ୍ୟାଳୟ ପରିସରରେ ଋଷିକୁଲ୍ୟା ରୟତ ମହାସଭା ବେଗୁନିଆପଡ଼ା ବ୍ଳକ ଶାଖା ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବୃକ୍ଷ ବଞ୍ଚିଲେ ଜୀବ ଜଗତ ବଞ୍ଚିବ ଏହି ନାରାରେ ପ୍ରାୟ ୩୦୦ ରୁ ଊର୍ଦ୍ଧ୍ଵ ବୃକ୍ଷରୋପଣ କରାଯାଇଥିଲା।କରୋନା କଟକଣାକୁ ନେଇ ସାମାଜିକ ଦୂରତାକୁ ବଜାୟ ରଖିବା ସହ ଏହି କାର୍ଯ୍ୟକ୍ରମରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଯୋଗ ଦେଇଥିଲେ। ରୁଷିକୁଲ୍ୟା ରୟତ ମହାସଭା ବେଗୁନିଆପଡ଼ା ବ୍ଳକ ଶାଖା ର ସମ୍ପାଦକ ଭାସ୍କର ନାୟକଙ୍କ ନେତୃତ୍ବରେ ଏହି କାର‌୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବେଗୁନିଆପଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବେଦବର ପ୍ରଧାନ, ସମ୍ମାନିତ ଅତିଥି ଭାବେ କୋଦଳା ତହସିଲଦାର ପ୍ରଭାତ କୁମାର ପରିଡା, ବେଗୁନିଆପଡ଼ା ଫାଣ୍ଡି ଅଧିକାରୀ ଦିପ୍ତୀ ରଂଜନ ବେହେରାଙ୍କ ସମେତ ଖଲ୍ଲିିକୋଟ ବନରକ୍ଷୀ କମଳ ପତିଆର, କେ ବରିଡ଼ା ପଞ୍ଚାୟତ ସରପଞ୍ଚ ଚିତ୍ରସେନ ନାୟକ, ପ୍ରଧାନ ଶିକ୍ଷକ ଅଶୋକ ପଣ୍ଡା ଓ ସୁରଜିତ୍ ବିଷୋୟୀ, ସମାଜସେବୀ ସନ୍ତୋଷ କୁମାର ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ