ବାଲିପଦର ପଣ୍ଡିତ ସୀମାଞ୍ଚଳ ପଣ୍ଡାଙ୍କ ଦେହାନ୍ତ

ବୁଗୁଡା, (ଅନିଲ କୁମାର ମହାରଣା):ବୁଗୁଡା ବ୍ଲକ ବାଲିପଦର ଗ୍ରାମର ବିଶିଷ୍ଟ ପଣ୍ଡିତ ସୀମାଞ୍ଚଳ ପଣ୍ଡାଙ୍କ ୬୬ ବର୍ଷ ବୟସରେ ସୋମବାର ଦିନ ସକାଳ ପ୍ରାୟ ୮ ଘଣ୍ଟା ସମୟରେ ବ୍ରହ୍ମପୁର ମେଡ଼ିକାଲରେ ଦେହାନ୍ତ ହୋଇଯାଇଛି। କିଛି ଦିନ ପୂର୍ବେ ପଣ୍ଡିତ ସୀମାଞ୍ଚଳ ପଣ୍ଡାଙ୍କ ପୁଅଙ୍କ ମଧ୍ୟ ବ୍ରହ୍ମପୁର ମେଡିକାଲରେ ମୃତ୍ୟୁ ଘଟିଥିଲା। ସେହି କାରଣରୁ ସେ ସମ୍ପୂର୍ଣ୍ଣ ଭାଙ୍ଗି ପଡିଥଲେ। ଏହି ସମୟ ମଧ୍ୟରେ ପଣ୍ଡିତ ସୀମାଞ୍ଚଳ ପଣ୍ଡାଙ୍କୁ ଜ୍ୱର ହୋଇଥିଲା। ବାଲିପଦରରେ କରୋନା କାୟା ବିସ୍ତାର କରିଥିବା ବେଳେ ପଣ୍ଡିତ ଶ୍ରୀ ପଣ୍ଡାଙ୍କୁ ଜ୍ୱର ହେବାରୁ କୋଭିଡ ହସପିଟାଲକୁ ସ୍ଲାବ ଟେଷ୍ଟ ପାଇଁ ନିଆଯାଇଥିବା ବେଳେ ଦେହାନ୍ତ ହୋଇଥିଲା। ବାଲିପଦର ଅଞ୍ଚଳରେ ଜଣେ ଜଣାଶୁଣା ଆଧ୍ୟାତ୍ମିକବାଦୀ ବ୍ୟକ୍ତି ଭାବେ ସମସ୍ତ ଆଧ୍ୟାତ୍ମିକ କାର୍ଯ୍ୟ ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ପଣ୍ଡିତ ଶ୍ରୀ ପଣ୍ଡାଙ୍କୁ ପ୍ରଥମେ ଡକା ଯାଇଥାଏ। ବାଲିପଦର ଅଞ୍ଚଳ ଜଣେ ବିଜ୍ଞ ବ୍ୟକ୍ତିଙ୍କୁ ହରାଇଥିବା ବେଳେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ