ବାଲିବରେଇ ପଞ୍ଚାୟତରେ ହରିଶ୍ଚନ୍ଦ୍ର ହରିଲୁଟ ଘଟଣାରେ ଉପଯୁକ୍ତ ତଦନ୍ତ ହୋଇନଥିବା ନେଇ ମୁହଁ ଖୋଲିଲେ ପିଇଓ, ଜିଆରଏସ

ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ବାଲିବରେଇ ପଞ୍ଚାୟତରେ ହୋଇଥିବା ହରିଶ୍ଚନ୍ଦ୍ର ହରିଲୁଟ ଘଟଣାରେ ହାଟଡିହି ବିଡିଓଙ୍କ ପକ୍ଷରୁ ସୋସୋ ଥାନାରେ ତିନିଜଣଙ୍କ ନାମରେ ଏଫ.ଆଇ.ଆର ଦାଖଲ ପରେ ମୁହଁ ଖୋଲିଛନ୍ତି ତତ୍କାଳୀନ ପିଇଓ ନରହରି ନାୟକ ଓ ଜିଆରଏସ ପୁର୍ଣ୍ଣେନ୍ଦୁ ଥାଟୋଇ । ନରହରି ନାୟକଙ୍କ କହିବାକଥା ଯେ ଯଦି ତାଙ୍କ ନାମରେ ଏଫଆଇଆର ଦେବାର ଥିଲା ତେବେ ପୁର୍ବରୁ ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ ସେମାନେ ତାଙ୍କ ପକ୍ଷ ରଖିପାରି ଥାନ୍ତେ । ତାଙ୍କ ପାଖରେ ଥିବା ରେକର୍ଡପତ୍ର ଦେଖି ଯଦି ବିଡଠିଓଙ୍କ ହୃଦୟଙ୍ଗମ ହୋଇ ନଥାନ୍ତା ତେବେ ସେ ଆମ ମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ଭଲ ହୋଇଥାନ୍ତା । ତାଙ୍କ ଅଭିଯୋଗ ଅନୁଯାଇ ଏହି ପଞ୍ଚାୟତରେ ୨୦୧୭ ଠାରୁ ଜୁନ ୨୦୨୧ ପର୍ଯ୍ୟନ୍ତ ହରିଶ୍ଚନ୍ଦ୍ର ଅନୁଦାନ ଯୋଗାଇ ଦିଆଯାଇ ନଥିଲା । ଅନଲାଇନ ବ୍ୟବସ୍ଥା ହୋଇଯିବାରୁ ସେ ସମୟରେ ମୃତୁ୍ୟବରଣ କରିଥିବା ଲୋକମାନେ ପରେ ଅନଲାଇନରେ ଆବେଦନ କରି ପରବର୍ତ୍ତୀ ସମୟରେ ଅନୁଦାନ ଟଙ୍କା ନେଇଛନ୍ତି । ସେ ଦୁଇଟି ପର୍ଯ୍ୟାୟରେ ମୋଟ ୩ଲକ୍ଷ ୭୬ହଜାର ଟଙ୍କା ଉଠାଇ ଥିବାବେଳେ ସରପଞ୍ଚ ଓ ଜିଆରଏସଙ୍କ ଜରିଆରେ ୧୮୮ଜଣଙ୍କୁ ବଣ୍ଟନ କରିଛନ୍ତି । ଯାହାରକି ଭାଉଚର ତାଙ୍କ ନିକଟରେ ଅଛି । ତେଣୁ ସେ ଟଙ୍କାଟିଏବି ହରିଲୁଟ କରି ନାହାନ୍ତି । କିନ୍ତୁ ବର୍ତ୍ତମାନ ଅନଲାଇନ ଚିଠା ମାଧ୍ୟମରେ ୨୩୦ଜଣଙ୍କର ତଦନ୍ତ କରାଯାଉଛି । ତନ୍ମଧ୍ୟରୁ ୧୪୪ଜଣ ୨ହଜାର କରି ସହାୟତା ପାଇଥିବାବେଳେ ଜଣେ ହଜାରେ ନେଇଥିବାବେଳେ ଆଉ ୬୩ଜଣ ଅନୁଦାନ ପାଇ ନାହାନ୍ତି ବୋଲି ରିପୋର୍ଟରେ ଉଲେଖ କରାଯାଇଛି ।କିନ୍ତୁ ଏହି ୬୩ଜଣଙ୍କ ମଧ୍ୟରୁ ୫୦ରୁ ଉର୍ଦ୍ଧ ଲେକ ପଇସା ନେଇଥିବା ବେଳେ ତଦନ୍ତ କାରୀ ଦଳ ଭିନ୍ନ ବ୍ୟକ୍ତିଙ୍କ ଘରକୁ ଯାଇ ପଚାରି ବୁଝି ରିପୋର୍ଟ ଦେଇଛନ୍ତି । ବାଲିବରେଇ ହରିଜନ ସାହିର ସୁର୍ଯ୍ରମଣୀ ନାୟକଙ୍କ ହରିଶ୍ଚନ୍ଦ୍ର ଅନୁଦାନ ଟଙ୍କା ତାଙ୍କ ମା ବିମଳ ନାୟକ ନେଇଥିବାବେଳେ ତଦଦନ୍ତକାରୀ ଦଳ କନିଅର ସାହିର ଅନ୍ୟଜଣେ ବ୍ୟକ୍ତିଙ୍କୁ ପଚାରି ଟଙ୍କା ପାଇନଥିବା ରିପୋର୍ଟ ଦେଇଛନ୍ତି । ସେହିପରି କନିଅର ସାହିର ଜଣେ ହିତାଧିକାରୀଙ୍କ ହରିଶ୍ଚନ୍ଦ୍ର ଅନୁଦାନ ତାଙ୍କ ପୁଅ ନେଇଥବବାବେଳେ ସେ ଅନ୍ୟ ଜଣେ ମହିଳାଙ୍କୁ ପଚାରି ରିପୋର୍ଟ ଦେଇଛନ୍ତି । ଏପରି ୫୦ରୁ ଉର୍ଦ୍ଧ ଲୋକଙ୍କ ଠାରୁ ଭୁଲ ତଥ୍ୟ ଆଣି ପ୍ରଦାନ କରିଛନ୍ତି । ତଦନ୍ତକାରୀ ଦଳ ପଞ୍ଚାୟତରୁ ଆକୁଟାନସ କିମ୍ବା ଭାଉଚର ନନେଇ ତଦନ୍ତ କରିଥିବାରୁ ଏପରି ଣିପୋର୍ଟ ହୋଇଛି ବୋଲି ପିଇଓ ନରହରି ନାୟକ କହିଛନ୍ତି । ସେହିପରି ଜିଆରଏସ ପୁର୍ଣ୍ଣେନ୍ଦୁ ଥାଟୋଇଙ୍କ କହିବାକଥା ଯେ ଏହି ବ୍ୟବସ୍ଥାରେ ମୋର କୌଣସି ସଂପୃକ୍ତି ନାହିଁ । ସରପଞ୍ଚ ଓ ପିଇଓ ଟଙ୍କା ଉଠାଇବେ, ଟଙ୍କା ବାଣ୍ଟିବେ । ଏପରିକି ଉପଜିଲ୍ଲାପାଳ ଦେଇଥିବା ତଦନ୍ତ ରିପୋର୍ଟରେ ମୋ ବିରୁଦ୍ଧରେ ସେପରି କୌଣସି ରିପୋର୍ଟ ଦେଇ ନାହାନ୍ତି । ସରପଞ୍ଚଙ୍କ କହିବାନୁଯାଇ ସେ କାଳେ ମୋ ପାଖରୁ ୨୧ଜଣ ହିତାଧିକାରୀଙ୍କ ବାବଦ ୪୨ହଜାର ଟଙ୍କା ନେଇଛନ୍ତିବୋଲି ଉପଜିଲ୍ଲାପାଳଙ୍କ ରିପୋର୍ଟରେ ଉଲେଖ ଅଛି । କିନ୍ତୁ ମୁଁ କିଏ କି, ଟଙ୍କା ଉଠାଇବି, ଟଙ୍କାତ ସରପଞ୍ଚ ଓ ପିଇଓଙ୍କ ନାମରେ ଆସିଲା, ସେମାନେ ଉଠାଇଲେ, ବାଣ୍ଟିଲେ ତେଣୁ ଏଥିରେ ମୋର ସଂପୃକ୍ତି କେଉଁଠୁ ଆସିଲା ବୋଲି ଜିଆରଏସ ପଅଣ୍ନ କରିଛନ୍ତି । ଏହାର ଉଚ୍ଚ ସ୍ତରୀୟ ତଦନ୍ତ କରାଗଲେ ପ୍ରକୃତ ସତ୍ୟ ପଦାକୁ ଆସିବ ବୋଲି ସେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ