ବାସୁଦେବପୁର ରେ ମହାଆଡମ୍ବର ରେ ଗଜାନନ ଙ୍କୁ ବିଦାୟ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠା ରେ ଡୁମୁଧାମରେ ଗଣେଶ ପୂଜା ପାଳନ କରାଯାଇଥିବା ବେଳେ ଗୋବରା ପଞ୍ଚାୟତ ବାସୁଦେବପୁର ଗଣେଶ ମେଡ଼ ଥିଲା ଆକର୍ଷନୀୟ ବିରାଟକାୟ ମୃର୍ତ୍ତି l ସନ୍ଦ୍ୟାରେ ପ୍ରତେକ ଦିନ ବିଭିନ୍ନ ପ୍ରକାର ସାଂସୃତିକ କାର୍ଯ୍ୟକ୍ରମ ଦେଖିବାକୁ ଆଖପାଖ ଗ୍ରାମ ର ବହୁ ଶ୍ରଦ୍ଧାଳୁଙ୍କ ଗହଳି ହେଉଥିଲେ l ଆଜି ଗଣେଶ ଭସାଣି ଉତ୍ସବ ଦୁଲୁଦୁଲ ବାଜା ସହ ଆକ୍ରର୍ଷରଣୀୟ ବାଣ ପଟୁଆର ରେ କରାଯାଇଥିଲା l ଗ୍ରାମ ସଭାପତି ରାକେଶ ଶତପଥୀ, ପରିଚାଳନା ସଦସ୍ୟ ମକଦମ ରାମ ଚନ୍ଦ୍ର ମିଶ୍ର, ଚିନ୍ତାମଣି ଦାସ, ଶିକ୍ଷକ ଟୁଲୁ ଶତପଥୀ, ବାବୁନି ଶତପଥୀ ଙ୍କ ନେତୃତ୍ୱ ଆୟୋଜିତ କାର୍ଯ୍ୟକ୍ରମ ରେ ଅତିଥି ରୂପେ ସରପଞ୍ଚ ଦୁର୍ଗା ମାଧବ ନାୟକ , ସମିତି ସଭ୍ୟ ବିଭୂପାଦ ଜେନା, ପୂର୍ବତନ ସମିତି ସଭ୍ୟ ପ୍ରଦ୍ୟୁମ୍ନ ପାତ୍ର, ଯୁବନେତା ସରୋଜ କୁମାର ସ୍ୱାଇଁ ଓ ମା ବୁଢ଼ାକେନ୍ଦୁ ଯୁବକ ସଙ୍ଘ ସଭାପତି ପଞ୍ଚାନନ ନାୟକ ଯୋଗଦେଇଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ