ଟିବି ରୋଗୀଙ୍କୁ ଶୁଖିଲା ଖାଦ୍ୟ ପ୍ରଦାନ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ପ୍ରଧାନମନ୍ତ୍ରୀ ଟିବିମୁକ୍ତ ଭାରତ ଯୋଜନାରେ ବେଲଗୁଣ୍ଠା ହରିଜନ ସାହିର ଟିବି ଆକ୍ରାନ୍ତ ସୂର୍ଯ୍ୟ ନାଇକଙ୍କୁ ନିକ୍ଷ ମିତ୍ର ତଥା ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦର ଛଅ ନମ୍ବର୍ ୱାର୍ଡ କାଉନସିଲର୍ ପ୍ରଦୀପ କୁମାର ସେଠୀ ଶୁଖିଲା ଖାଦ୍ୟ ପ୍ରଦାନ କରିଛନ୍ତି I ଏହି ଅବସରରେ ବେଲଗୁଣ୍ଠା ନଗରପାଳ ଫରୋଜ କୁମାର ସେଠୀଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ କାଉନସିଲର୍ ପ୍ରଦୀପ ସେଠୀଙ୍କ ସମେତ କାଉନସିଲର୍ ଦିବ୍ୟରଞ୍ଜନ ଦାଶ,ଦିଲ୍ଲୀପ ଆଚାରୀ, ବିଶ୍ଵନାଥ ଦଳାଇ, କାଉନସିଲର୍ ପ୍ରତିନିଧି ରଞ୍ଜିତ୍ ସାମଲ, ଚିଦାନନ୍ଦ ପାତ୍ର, ଟିବି ସୁପରଭାଇଜର୍ ଦୁର୍ଗା ପ୍ରସାଦ ପାତ୍ର, ଆଶା କର୍ମୀ ସୁଷମା ସେଠୀ, ଜି.ରଶ୍ମିତା ପ୍ରମୁଖ ସୂର୍ଯ୍ୟଙ୍କ ନିକଟରେ ପହଞ୍ଚି ଶୁଖିଲା ଖାଦ୍ୟ ପ୍ରଦାନ କରିଥିଲେ I କାର୍ଯ୍ୟକ୍ରମରେ ହରିଜନ ସାହିବାସୀନ୍ଦା ସହଯୋଗ କରିଥିଲେ I ଟିବି ସୁପରଭାଇଜର୍ ଦୂର୍ଗା ପ୍ରସାଦ ପାତ୍ର ଡ଼ାକ୍ତରଙ୍କ ପରାମର୍ଶ ମୁତାବକ ନିୟମିତ ଔଷଧ ସେବନ କରିବାପାଇଁ ସୂର୍ଯ୍ୟଙ୍କୁ ପରାମର୍ଶ ଦେଇଥିଲେ I ଆଗାମୀ ଦିନରେ ବେଲଗୁଣ୍ଠା ଏନ୍ଏସିର ସମସ୍ତ ଟିବି ରୋଗୀଙ୍କ ନିକଟରେ ପହଞ୍ଚି ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ୍ କରାଯିବା ସହିତ ଶୁଖିଲା ଖାଦ୍ୟ ବଣ୍ଟନ କରାଯିବ ବୋଲି ନଗରପାଳ ଫିରୋଜ କୁମାର ସେଠୀ ପ୍ରକାଶ କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ