ବାସ୍ତୁ: କେଉଁଠି ରଖିବେ କେଉଁ ଜିନିଷ

ବାସ୍ତୁଶାସ୍ତ୍ର କହେ ଘରର ବାସ୍ତୁ ଆମ ଜୀବନକୁ ପ୍ରଭାବିତ କରେ । ଆମର ଭଲମନ୍ଦ ସବୁକିଛି ନିର୍ଭର କରେ ବାସ୍ତୁ ଉପରେ । ପ୍ରତ୍ୟେକ ବସ୍ତୁ ଓ ଦ୍ରବ୍ୟର ନିଜସ୍ୱ ଶକ୍ତି (ସକାରାତ୍ମକ / ନକାରାତ୍ମକ) ଓ ପ୍ରଭାବ ରହିଛି । ଏହି ଶକ୍ତିଗୁଡ଼ିକର ପ୍ରଭାବ ଆମର ଭବିଷ୍ୟତ ନିର୍ଦ୍ଧାରଣ କରେ । ବାସ୍ତୁ ନିୟମ ଅନୁସାରେ ଘରଟିଏ ନିର୍ମାଣ କରିବା ଯଥେଷ୍ଟ ନୁହେଁ । କେଉଁ ସ୍ଥାନରେ କଣ ରହିଲେ ଗୃହ ପାଇଁ ମଙ୍ଗଳକର ହେବ ସେଥିପ୍ରତି ମଧ୍ୟ ଦୃଷ୍ଟି ଦିଆଯିବା ଉଚିତ । ଆସନ୍ତୁ ଦେଖିବା ଏ ସମ୍ପର୍କରେ ବାସ୍ତୁଶାସ୍ତ୍ରର ନିୟମ ଓ ପରାମର୍ଶ କ’ଣ ।
୧. ଡାଇନିଂ ଟେବୁଲ ଘରର ଉତ୍ତର ପଶ୍ଚିମ ବା ପଶ୍ଚିମ ଦିଗରେ ରଖନ୍ତୁ ।
୨. ବଡ଼ ଧାତବ ଜିନିଷ ବା ଯନ୍ତ୍ରପାତି ଦକ୍ଷିଣ ପଶ୍ଚିମ ଦିଗରେ ରଖନ୍ତୁ ଏବଂ ଉତ୍ତର ଦିଗର ସ୍ଥାନକୁ ଖାଲି ରଖନ୍ତୁ ।
ଦର୍ପଣକୁ ଦକ୍ଷିଣ ପଶ୍ଚିମ କିମ୍ବା ଦକ୍ଷିଣ ଦିଗରେ ରଖନ୍ତୁ ।
୪. ଟିଭି ପୂର୍ବରୁ ଉତ୍ତର ଉତ୍ତର-ପୂର୍ବ ଦିଗରେ ରଖନ୍ତୁ ।
୫. ସୋଫା ପାଇଁ ଉତ୍ତମ ସ୍ଥାନ ଡ୍ରଇଂରୁମର ଦକ୍ଷିଣ ପଶ୍ଚିମ ଦିଗ ।
୬. ରୋଷେଇ ଘରର ଉତ୍ତର ପୂର୍ବ ଦିଗକୁ ଛାଡ଼ି ଅନ୍ୟ ଯେ କୌଣସି ସ୍ଥାନରେ ଫି୍ରଜ୍ ରଖିପାରିବେ ।
୭. ପୂର୍ବପୁରୁଷଙ୍କ ଫଟୋ ଘରର ଦକ୍ଷିଣ-ପଶ୍ଚିମ କାନ୍ଥରେ ଲଗାନ୍ତୁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ