ବିଶ୍ୱର ବୃହତ୍ତମ ହାତ ତିଆରି ବହି

ଉତ୍ତର ହଙ୍ଗେରିରେ ଅବସ୍ଥିତ ଏକ ଛୋଟିଆ ଗାଁର ନାଁ ଜିନ୍ପେଟି୍ର । ଗାଁର ଲୋକ ସଂଖ୍ୟା ହାତଗଣତି, ମାତ୍ର ନିତି ଶହ । ଲୋକ ସଂଖ୍ୟା ନଗଣ୍ୟ ହୋଇଥିଲେ ହେଁ ଏକ ଅଭିନବ କାରଣ ପାଇଁ ଗାଁଟି ସାରା ବିଶ୍ୱରେ ପରିଚିତ । ଏହି ଗାଁରେ ରହିଛି ବିଶ୍ୱର ସବୁଠାରୁ ବଡ଼ ହାତ ତିଆରି ବହି । ଏହାର ଓଜନ ୧.୪ ଟନ୍ (୧,୪୨୦ କିଲୋଗ୍ରାମ୍) । ଲମ୍ବ ଏବଂ ଓସାର ଯଥାକ୍ରମେ ୪.୧୮ ମିଟର ଓ ୩.୭୭ ମିଟର । ଏଥିରେ ମୋଟ ୩୪୬ ପୃଷ୍ଠା ରହିଛି ଏବଂ ସ୍ଥାନୀୟ ଅଞ୍ଚଳର ଜୀବଜନ୍ତୁ ଓ ଗଛଲତା ସମ୍ପର୍କରେ ଏଥିରେ ଉଲ୍ଲେଖ ରହିଛି । ଗାଁର ବାସିନ୍ଦା ଏକସ୍ତରି ବର୍ଷ ବୟସ୍କ ବେଲା ଭର୍ଗା ଓ ତାଙ୍କ ପୁଅ ମିଳିତ ଭାବେ ଏହି ବହିଟିକୁ ତିଆରି କରିଛନ୍ତି । ଉଲ୍ଲେଖନୀୟ କଥା ହେଉଛି ଏହି ବହିର ଗୋଟିଏ ପୃଷ୍ଠା ଓଲଟାଇବାକୁ ହେଲେ ଛଅ ଜଣ ଲୋକଙ୍କ ସାହାଯ୍ୟ ନେବାକୁ ପଡ଼ିଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ