ବାୟୁସେନାରେ ‘ଚିନୁକ୍’ ହେଲିକପ୍ଟର

ଆମେରିକା ନିର୍ମିତ ଅତ୍ୟାଧୁନିକ ଉଚ୍ଚ କ୍ଷମତାସମ୍ପନ୍ନ ଚିନୁକ୍ ସିଏଚ୍-୪୭ ହେଲିକପ୍ଟରକୁ ଆଜି ବାୟୁସେନାରେ ସାମିଲ କରାଯାଇଛି । ଏହାଦ୍ୱାରା ବାୟୁସେନାର ଶକ୍ତି ବୃଦ୍ଧି ଘଟିବା ସଙ୍ଗେ ସଙ୍ଗେ ପାକ୍ ସୀମାରେ ମୁତୟନ କରାଯିବ ବୋଲି ସୂଚନା ମିଳିଛି । ବାୟୁସେନା ମୁଖ୍ୟ ବିଏସ୍ ଧନୱା ଆଜି ପ୍ରଥମ ପର୍ଯ୍ୟାୟରେ ୪ଟି “ଚିନ୍ୁକ୍ ହେଲିକପ୍ଟରକୁ ବିଧିବଦ୍ଧ ଭାବେ ଚଣ୍ଡିଗଡ଼ ଠାରେ ଭାରତୀୟ ବାୟୁସେନାରେ ସାମିଲ କରାଇଛନ୍ତି । ସମ୍ପ୍ରତି ପାକିସ୍ତାନ ସହ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ଅବ୍ୟାହତ ରହିଥିବା ବେଳେ ଦୁଇଦେଶର ସୀମାବର୍ତ୍ତୀ ଅଞ୍ଚଳକୁ ଅଧିକ ସଂଖ୍ୟକ ସୈନ୍ୟ ଓ ଅସ୍ତ୍ରଶସ୍ତ୍ର ନେଇପାରିବା ସହ ଅଧିକ ଉଚ୍ଚତାରେ ଥିବା ସାମରିକ ଘାଟିରେ ମୁତୟନ କରାଯିବା କ୍ଷେତ୍ରରେ ଚିନୁକ୍ ହେଲିକପ୍ଟରକୁ ନିୟୋଜିତ କରାଯିବ ବୋଲି ସେ କହିଛନ୍ତି । ତାଙ୍କ କହିବାନୁସାରେ ଚିନୁକ୍ ହେଲିକପ୍ଟର ବ୍ୟବହାରକାରୀ ଦେଶ ତାଲିକାରେ ଭାରତ ଏବେ ୧୯ତମ ସ୍ଥାନ ଅକ୍ତିଆର କରିଛି ।
ପ୍ରକାଶ ଯେ, ଭାରତ ଓ ଆମେରିକାର ମିଳିତ ପ୍ରଚେଷ୍ଟାରେ ଚଣ୍ଡିଗଡଠାରେ ଥିବା ସାମରିକ ପ୍ରତିଷ୍ଠାନ ଓ ଗବେଷଣା କେନ୍ଦ୍ରରେ ଏହି ଚିନୁକ୍ ହେଲିକପ୍ଟରର ନିର୍ମାଣ କରାଯାଇଛି । ଚିନୁକ୍ ହେଲିକପ୍ଟରରେ ସୈନ୍ୟ, କମାଣ, ଟ୍ୟାଙ୍କ, ଅସ୍ତ୍ରଶସ୍ତ୍ର ସହ ଯୁଦ୍ଧ ପାଇଁ ଆବଶ୍ୟକ ସମସ୍ତ ପ୍ରକାରର ସରଞ୍ଜାମ ଗୋଟିଏ ସ୍ଥାନରୁ ଅନ୍ୟସ୍ଥାନକୁ ଅତି ସହଜରେ ନବାଆଣିବା କରାଯାଇପାରିବ । ଏହି ହେଲିକପ୍ଟରଟି ସମସ୍ତ ପ୍ରକାରର ପରିବେଶ ଓ ପରିସ୍ଥିତିରେ ମଧ୍ୟ ବେଶ ଆରାମରେ ଉଡ଼ାଣ ଭରିପାରିବ । ପ୍ରତିରକ୍ଷା ସରଞ୍ଜାମ ବ୍ୟତୀତ ମେଡିକାଲ ସ୍ଥାନାନ୍ତର, ରିଲିଫ୍ ସାମଗ୍ରୀ, ସର୍ଚ୍ଚ ଓ ରିକଭରୀ ଏବଂ ଯୁଦ୍ଧବେଳେ ସିଧାସଳଖ ଲଢ଼େଇ ପାଇଁ ମଧ୍ୟ ଏହି ହେଲିକପ୍ଟରକୁ ବ୍ୟବହାର କରାଯାଇପାରିବ । ହେଲିକପ୍ଟରରେ ଡିଜିଟାଲ୍ କକପିଟ୍ର ମଧ୍ୟ ସୁବିଧା ରହିଛି । ରାତିର ଘନ ଅନ୍ଧାରରେ ମଧ୍ୟ ଏହା କାର୍ଯ୍ୟ କରିପାରିବ । ସର୍ବୋପରି ଚିନୁକ୍ ହେଲିକପ୍ଟର ଠାରେ ଭାରତୀୟ ସେନାରେ ଥିବା ଏମ୍ଆଇ-୭୭୭ ଅଲଟ୍ରା ଲାଇଟ୍ ହାଓୱିତଜରକୁ ଉଠାଇ ଉଡ଼ାଣ କରିପାରିବାର ମଧ୍ୟ କ୍ଷମତା ରହିଛି । ପ୍ରାୟ ୧୧ ହଜାର କିଲୋଗ୍ରାମ ଯୁଦ୍ଧାସ୍ତ୍ର ଏବଂ ଆବଶ୍ୟକ ସଂଖ୍ୟକ ଯବାନ ପରିବହନ କରିପାରୁଥିବା ଚିନୁକ୍ ଛୋଟ ହେଲିପ୍ୟାଡ୍ ଓ ପ୍ରତିକୂଳ ପରିବେଶରେ ଥିବା ବାୟୁସେନା ଘାଟିରେ ବେଶ୍ ସହଜରେ ଅବତରଣ କରିପାରିବ । ଏହାକୁ ରାଡାର ସାହାଯ୍ୟରେ ଠାବ କରାଯାଇପାରିବନାହିଁ । ପ୍ରତିକୂଳ ପାଗରେ ପ୍ରାୟ ୨ଠ ହଜାର ଫୁଟ୍ ଉଚ୍ଚରେ ଉଡିବା କ୍ଷମତା ଥିବା ଚିନୁକ୍ର ଲମ୍ବ ୧୬ ଫୁଟ୍ ଓ ଉଚ୍ଚତା ୧୮ ଫୁଟ୍ । ଘଣ୍ଟାକୁ ଏହାର ବେଗ ସର୍ବାଧିକ ୩୧୫ କି.ମି. ଓ ୨ ଜଣ ପାଇଲଟ୍ ଉଡାଇପାରିବେ । ଭାରତୀୟ ବାୟୁସେନା ୧.୫ ବିଲିୟନ୍ ଡଲାର ବିନିମୟରେ ଏଭଳି ୧୫ଟି ଚିନୁକ୍ ହେଲିକପ୍ଟର ଆଣିବ ବୋଲି କୁହାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ