“ବିଗ୍ ବସ୍ ‘ରେ କୋଏନାଙ୍କ ଖୁଲାସା: ଗାଧୁଆ ଘରେ ବନ୍ଦ କରିଦେଇଥିଲେ ପ୍ରେମିକ

ମୁମ୍ବାଇ: ଚଳଚ୍ଚିତ୍ର  “ରୋଡ୍ ‘, “ହେ ବେ ‘,  “ଆପନା ସପନା ମନି ମନି ‘,  “ମୁସାଫିର ‘ ଏବଂ  “ଇନସାନ ‘ ଭଳି ବଲିଉଡ୍ ଫିଲ୍ମ କରିବା ପରେ ହଠାତ୍ ଗାଏବ ହୋଇଯାଇଥିଲେ ଅଭିନେତ୍ରୀ କୋଏନା ମିତ୍ରା । ହେଲେ ଏବେ ସେ ଫେରିଛନ୍ତି । ଲୋକପ୍ରିୟ ଟେଲିଭିଜନ ରିଆଲିଟି ଶୋ ‘  “ବିଗ୍ ବସ୍-୧୩ ‘ରେ ତାଙ୍କୁ ଦେଖିବାକୁ ମିଳୁଛି । ଶୋ ‘ ଆରମ୍ଭ ହେବାର ଗୋଟିଏ ସପ୍ତାହ ହାଇଥିଲେ ହେଁ କୋଏନା ଭଲ ପ୍ରଦର୍ଶନ କରୁଛନ୍ତି । ବିଗ୍ ବସ୍ ଘରେ ପଞ୍ଚମ ଦିନ କୋଏନା ନିଜର ବ୍ୟକ୍ତିଗତ ଜୀବନକୁ ନେଇ ବଡ଼ ଖୁଲାସା କରିଛନ୍ତି । ସେ ଜଣେ ତୁର୍କୀ ଯୁବକଙ୍କ ପ୍ରେମରେ ପଡ଼ିଥିଲେ । ହେଲେ ଯୁବକଜଣଙ୍କ ବହୁତ ପାଜେସିଭ୍ ରହୁଥିଲେ । କୋଏନାଙ୍କୁ ତାଙ୍କ ସହ ବିତାଉଥିବା ପିଞ୍ଜରାରେ ରହିବା ପକ୍ଷୀ ଭଳି ଲାଗୁଥିଲା । ଟିକିଏ କଷ୍ଟ ହେଉଥିବା ଶୁଣିଲେ ସେ ତତ୍କ୍ଷଣାତ ବିମାନ ଟିକେଟ କରି ବମ୍ବେ ଆସିବାକୁ ଚେଷ୍ଟା କରୁଥିଲେ । ସେ କୋଏନାଙ୍କୁ କାମ କରିବାକୁ ବାରଣ କରୁଥିଲେ । କେବଳ ଏତିକି ନୁହେଁ ଏକଦା ସେ ତାଙ୍କୁ ବମ୍ବେର ଗାଧୁଆଘରେ ବନ୍ଦ କରିଦେଇଥିବା କୋଏନା ପ୍ରକାଶ କରିଛନ୍ତି । ଶେଷରେ କୋଏନା ତାଙ୍କ ସହ ସମ୍ପର୍କ ନ ରଖିବାକୁ ନିଷ୍ପତ୍ତି ନେଇଥିଲେ । ଏବେ କୋଏନା ଏକାକି ଜୀବନ ବିତାଉଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ