ବିଛଣାରେ ବିନୋଦ; ସରକାରୀ ସହାୟତାକୁ ଅପେକ୍ଷା

ଭଞ୍ଜନଗର,(ସନ୍ତୋଷ କୁମାର ଜେନା): ମାସେ କି ଦୁଇ ମାସ ନୁହଁ , ଦୀର୍ଘ ୨ ବର୍ଷ ହେଲା ବିଛଣାରେ ପଡ଼ିଛନ୍ତି । ଖାଇବା, ପିଇବା ସେହି ବିଛଣାରେ ହିଁ କରୁଛନ୍ତି । ଜଣେ ଧରିଲେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଉଛନ୍ତି । ଶୌଚ ପାଇଁ ଜଣଙ୍କ ସାହାରା ଦରକାର ପଡ଼ୁଛି । ଯେଉଁ ବୟସରେ ରୋଜଗାର କରି ପରିବାର ପ୍ରତିପୋଷଣ କରିବା କଥା ସେ ବିଛଣାରେ ପଡ଼ି ଦିନ କାଟୁଛନ୍ତି । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଳକ ଅନ୍ତର୍ଗତ ଲାଲସିଂ ଗ୍ରାମର ନୂଆ ସାହିର ବିନୋଦ କୁମାର ସାହୁ (୩୫) । ଅଜଣା ରୋଗରେ ପୀଡ଼ିତ , ଚିକିତ୍ସାରେ ଅର୍ଥ ବାଧକ । ସୁଦୂର ଚେନ୍ନାଇରେ କାମ କରି ପରିବାର ଚଳାଉଥିବା ଭେଣ୍ଡିଆ ପୁଅଟି ଆଜି ପରିବାର ପାଇଁ ବୋଝ ପାଲଟି ଯାଇଛନ୍ତି ।
ବିନୋଦ ଜଣେ ଦିନ ମଜୁରିଆ ଶ୍ରମିକ ଭାବେ ଚେନ୍ନାଇ ରେ ରହି କାମ କରୁଥିବା ବେଳେ ହଠାତ କୌଣସି କାରଣରୁ ସେ ଅସୁସ୍ଥ ହୋଇ ପଡିବା ସହ ଠିକ୍ ସେ କଥା କହିପାରିଲେନି । ଫଳରେ ସେ ଚେନ୍ନାଇ ରୁ ଗାଁ କୁ ଫେରିଆସିଥିଲେ । ଗାଁ କୁ ଆସି ସେ ବିଭିନ୍ନ ମେଡିକାଲରେ ଚିକିତ୍ସା କରାଇଥିଲେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟ ରେ କୌଣସି ଉନ୍ନତି ଘଟି ନଥିଲା l ଫଳରେ ସ୍ତ୍ରୀ ଲିଲି ସାହୁ ସ୍ୱାମୀଙ୍କ ଅଚିହ୍ନା ରୋଗକୁ ଭଲ କରିବାକୁ ଯାଇ ଅସହାୟ ହୋଇଯାଇଛନ୍ତି । ଯାହା ଥିଲା ବିକି ଭାଙ୍ଗି ସ୍ୱାମୀଙ୍କ ଆରୋଗ୍ୟ ପାଇଁ ଖର୍ଚ୍ଚ ହୋଇଯାଇଛି । ଏବେ ଆଶା ସରକାରୀ ସାହାଯ୍ୟ କିମ୍ବା କୌଣସି ବଦାନ୍ୟ ବ୍ୟକ୍ତି ଙ୍କ ସହାୟତା । ବିନୋଦ ଙ୍କ ପରିବାର କହିଲେ ସ୍ତ୍ରୀ ଲିଲି ସାହୁ ଓ ଦୁଇ ବର୍ଷ ର କୁନି ଝିଅ । ଏ ନେଇ ସ୍ତ୍ରୀ ଲିଲି ସାହୁ କହିଛନ୍ତି ଦିନଯାକ ଖଟିଲେ ସେଥିରେ ଯାହା ଟଙ୍କା ମିଳେ ଚଳିବା ମଧ୍ୟ କଷ୍ଟକର । ଏପଟେ ସ୍ୱାମୀ ଙ୍କ ଦେହ ଖରାପ ହେବା ଠାରୁ କୁନି ଝିଅଟିକୁ ପାଳିବା ସଙ୍ଗେ ସଙ୍ଗେ ଚିକିତ୍ସା ପାଇଁ ଅର୍ଥ ଅଭାବରୁ ଚଳିବା କଷ୍ଟ କର ହୋଇ ପଡିଛି । ଅନେକ ଥର ମେଡିକାଲ ରେ ଦେଖିଇଲେ ମଧ୍ୟ୍ୟ ତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ହେଉନାହିଁ । ଅର୍ଥ ଅଭାବ ରୁ ଭଲ ମେଡିକାଲ ରେ ଦେଖାଇବା ମଧ୍ୟ ସମ୍ଭବ ହୋଇପାରୁନି । ଯାହା ଫଳରେ ଦିନକୁ ଦିନ ଅସୁସ୍ଥତା ବଢୁଛି । ତେବେ ସରକାରୀ ସହାୟତା ହେଉ କିମ୍ବା କୌଣସି ସହୃଦୟ ବ୍ୟକ୍ତି ଙ୍କ ସହାୟତା ମିଳିଲେ ସ୍ୱାମୀ ବିନୋଦ ଙ୍କ ଜୀବନ ବଞ୍ଚିଯିବ ବୋଲି ସ୍ତ୍ରୀ ଲିଲି ସାହୁ ଅତି କୋହଭରା କଣ୍ଠରେ ପ୍ରକାଶ କରିଛନ୍ତି । ତେବେ ଆଶା କରୁଛୁ ଏହି ଖବର ପ୍ରଶାରଣ ପରେ ପ୍ରଶାସନ ସହାୟତାର ହାତ ବଢେଇବ !

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ