କଂସାମାରୀ ଗାଁରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ, ୫୯ କେଜି ଗଞ୍ଜେଇ ଜବତ

ଦିଗପହଣ୍ଡି,(ୱାଇଏନ୍ଏସ୍): ଦିଗପହଣ୍ଡି ଅବକାରୀ ବିଭାଗ ଓ ବ୍ରହ୍ମପୁର ଅବକାରୀ ମୋବାଇଲ ଷ୍ଟ୍ରାଇକିଂ ଫୋର୍ସ ପକ୍ଷରୁ ରବିବାର ସକାଳେ ପାଟପୁର ଥାନା କଂସାମାରୀ ଗ୍ରାମ ଢେପସାହି ସ୍ଥିତ ଜଣେ ବ୍ୟକ୍ତିଙ୍କ ବାସଗୃହରେ ଅତର୍କିତ ଚଢ଼ାଉ କରାଯାଇ ୪ ଟି ବସ୍ତା ରେ ଥିବା (୫୯ .୧୫୦ କେଜି) ଗଞ୍ଜେଇ ଜବତ କରାଯାଇଛି । ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଜଡିତ ଥିବା ଅଭିଯୋଗରେ ଜଣେ ଯୁବକକୁ ଅବକାରୀ କର୍ମଚାରୀ ମାନେ ଗିରଫ କରିଛନ୍ତି । ଗିରଫ ଯୁବକ ଜଣକ ହେଲେ ସାନଖେମୁଣ୍ଡି ବ୍ଳକ କଂସାମାରୀ ଗ୍ରାମର ନରହରି ବେହେରା । ଶନିବାର ବିଳମ୍ବିତ ରାତିରେ ନରହରି ଗଜପତି ଜିଲ୍ଲାରୁ ଗଞ୍ଜେଇ ଆଣି ନିଜ ବାସଭବନରେ ରଖିଥିବା ସମ୍ପର୍କରେ କୈାଣସି ବିଶେଷ ସୁତ୍ରରୁ ଅବକାରୀ ବିଭାଗ ଖବରପାଇ ରବିବାର ଭୋର ପ୍ରାୟ ୬ ଟାରେ ବ୍ରହ୍ମପୁର ଅବକାରୀ ଭ୍ରାମ୍ୟମାଣ ନୀରିକ୍ଷକ ରୋଷନ୍ ଇସୁ ହାସଦା ,ଉପ ନିରୀକ୍ଷକ ଶ୍ରୀଧର ମହାନ୍ତି ଓ ଦିଗପହଣ୍ଡି ଅବକାରୀ ଏସ ଆଇ ଅଭିରାମ ସାହୁଙ୍କ ନେତୃତ୍ୱରେ ଅବକାରୀ କର୍ମଚାରୀ ମାନେ ନରହରିଙ୍କ ବାସଭବନରେ ଅତର୍କିତ ଚଢ଼ାଉ କରି ଗଞ୍ଜେଇ ସହ ନରହରି ଙ୍କୁ ଗିରଫ କରିଥିଲେ । ଏନେଇ ଦିଗପହଣ୍ଡି ଅବକାରୀ ମାମଲା ନଂ ୬୩/୨୦ ଅନୁଯାୟୀ ମାମଲା ରୁଜୁ କରାଯିବା ପରେ ଅଭିଯୁକ୍ତଙ୍କୁ ବ୍ରହ୍ମପୁର ସ୍ଥିତ ଜିଲା ଦୌରାଜଜ କୋର୍ଟକୁ ଚାଲାଣ କରାଯାଇଛି । ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତଙ୍କୁ ବ୍ରହ୍ମପୁର ଜେଲ ହାଜତକୁ ପଠାଇ ଦିଆଯାଇଥିବା ଜଣାପଡିଛି । ଏହି ଚଢାଉ ଧରପଗଡରେ ଅନ୍ୟମାନଙ୍କ ମଧ୍ୟରେ ଅବକାରୀ ଏଏସ୍ଆଇ ବସନ୍ତ ବେହେରା , ନିରଞ୍ଜନ ବେହେରା , ଏନ୍.ତ୍ରିପତୀ , ସ୍ବୟମ୍ଭୁ କହଁର , ପଦ୍ମାବତୀ ସେଠୀ ପ୍ରମୁଖ ସାମିଲ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ