ବିଜୁ ସେତୁରେ ପରିଣତ ହେବ ବ୍ରିଟିଶ ପୋଲ!
ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଭଣ୍ଡାରିପୋଖରୀ ବ୍ଲକ ଦେଇ ଯାଇଥିବା ୩ନଂ ହାଇଲେବୁଲ କେନାଲର ତିନୋଟି ସ୍ଥାନରେ ବିଜୁ ସେତୁ ନିର୍ମାଣହେବ ବୋଲି ଜଣାପଡିଛି। ସୂଚନା ଅନୁଯାୟୀ କେନାଲର ପର୍ବତୀ ସମେତ ରେବ ଓ କପାଳି ନଦୀ ସାଇଫନ ଦୀର୍ଘବର୍ଷ ହେବ ନିର୍ମାଣ ହୋଇଛି। କେନାଲ ଜଳ ସୁପରିଚାଳନା ପାଇଁ ବ୍ରିଟିଶ ଅମଳରେ ପର୍ବତୀ ଠାରେ ଡ୍ରେନେଜ ପାଣି ନିଷ୍କାସନ ସକାଶେ ସାଇଫନ ନିର୍ମାଣ ହୋଇଥିଲା। ସେହିଭଳି ନଗୁଆଁ ନିକଟ ରେବ ନଦୀ ଓ ବେତଡା ନିକଟ କପାଳି ନଦୀ ଉପରେ ଅନୁରୂପ ଦୁଇଗୋଟି ସାଇଫନ ସଦୃଶ ପାଦ ଚଲା ପୋଲ ନିର୍ମାଣ ହୋଇଥିଲା।ଏବେ ତିନିଗୋଟି ସାଇଫନ ସ୍ଥାନ ଜରାଜୀର୍ଣ୍ଣ ହୋଇଥିବା ବେଳେ ଏହା ଦୁର୍ବଳ ମଧ୍ୟ ହୋଇଗଲାଣି। ତେଣୁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଉକ୍ତ ସ୍ଥାନରେ ବିଜୁ ସେତୁ ନିର୍ମାଣ ପାଇଁ ସରକାରଙ୍କ ନିକଟକୁ ପ୍ରସ୍ତାବ ଯାଇଥିବା ଜଣାପଡିଛି।