୨ୟ ଦିନରେ ଜଉ କଣ୍ଢେଇ ପ୍ରଶିକ୍ଷଣ ଶିବିର
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ପଳାସଗଢିଆସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ପରିସରରେ ୩ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଜଉ କଣ୍ଢେଇ ପ୍ରଶିକ୍ଷଣ ଶିବିର ଗୁରବାର ଉଦ୍ଘାଟିତ ହୋଇଥିବା ଶୁକ୍ରବାର ୨ୟ ଦିନରେ ପହଞ୍ôଚଛି। ଏହି ଶିବିରରେ ୬୦ ଜଣ ଛାତ୍ରଛାତ୍ରୀ ପ୍ରଶିକ୍ଷାର୍ଥୀ ଭାବେ ଅଂଶ ଗ୍ରହଣ କରିଛନ୍ତି। ଉଦ୍ଘାଟନୀ ଦିବସରେ ମୁଖ୍ୟ ଅତିଥି ଭାବେ ବାଲେଶ୍ୱର ଜଉ କଣ୍ଢେଇର ଉଦ୍ଧାରକ ବିଶିଷ୍ଟ ଶିଳ୍ପୀ କେସୁ ଦାସ ଯୋଗଦେଇ ଭାରତୀୟ କଣ୍ଢେଇର କଳା, ସଂସ୍କୃତି ଉପରେ ଆଲୋକପାତ କରିଥିଲେ। ବିଦ୍ୟାଳୟର ଅଧ୍ୟକ୍ଷ ପାର୍ଥସୁନ୍ଦର ମହାକୁଡ ଯୋଗ ଦେଇ ଶିବିର ମାଧ୍ୟମରେ ଛାତ୍ରଛାତ୍ରୀ ମାନଙ୍କର ଜ୍ଞାନକୌଶଳ ଏବଂ ସୃଜନଶୀଳତାର ବିକାଶ ହୋଇଥାଏ ବୋଲି କହିଥିଲେ। କଳା ଶିକ୍ଷୟତ୍ରୀ ଜ୍ୟୋସ୍ନାପ୍ରିୟା ବିଶ୍ୱାଳଙ୍କ ପରିଚାଳନାରେ ଆୟୋଜିତ ଶିବିରରେ ଶିକ୍ଷକ ରତିକାନ୍ତ ପଣ୍ଡା ମଞ୍ଚ ପରିଚାଳନା ଓ ଶିକ୍ଷୟିତ୍ରୀ ଜୟନ୍ତୀ ପରିଡା ଧନ୍ୟବାଦ ଅର୍ପଣ କରିଥିଲେ। ବିଶିଷ୍ଟ ଜଉ କଣ୍ଢେଇ ଶିଳ୍ପୀ ତଥା ପ୍ରଶିକ୍ଷିକା ମାୟା ନାୟକ ଓ ରଞ୍ଜିତା ବେହେରା ଛାତ୍ରଛାତ୍ରୀ ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରୁଛନ୍ତି । ଶିବିର ପରିଚାଳନାରେ ଶିକ୍ଷକ ରଶ୍ମୀରଞ୍ଜନ ଓଝା, ବିଭୂଦତ୍ତ ନନ୍ଦ, ସମର କୁମାର ପରିଡା, ସନ୍ତୋଷ ବିଶ୍ୱାଳ, ଅଶୋକ ମଲ୍ଲିକ, ପ୍ରହଲ୍ଲାଦ ମହାକୁଡ, ଅବିନାଶ ତ୍ରିପାଠୀ, ବେଦବ୍ୟାସ ମଲ୍ଲିକ, ବିଶାଖା ଲେଙ୍କା, ଅମ୍ବିକା ଜେନା, ଭାଗ୍ୟଶ୍ରୀ ମହାନ୍ତ, ଅନନ୍ୟା ବିଶ୍ୱାଳ, ଜଲିନା ସାହୁ, ପ୍ରଜ୍ଞା ପାରମିତା, ବିଜୟଲକ୍ଷ୍ମୀ, ନୋଇଦ୍ କାଦ୍ରୀଙ୍କ ସମେତ ସମସ୍ତ କର୍ମଚାରୀ ମାନେ ସହଯୋଗ କରୁଛନ୍ତି ।


