ବିଜୁ ସ୍ୱାସ୍ଥ୍ୟ କାର୍ଡ କାମରେ ଲାଗୁନି : ସରକାରୀ ସହାୟତା ପାଞ୍ଚ ହଜାର ଦେଇ ଚୁପ

ମୋହନା, (ଅଂଶୁମାନ ପଣ୍ଡା) :ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ କର୍ଚ୍ଚବାଡି ପଞ୍ଚାୟତ ଅଧିନ କନ୍ଧ ଅଡବା ଗ୍ରାମର ଝୁନୁ ପାଇକ (୪୫) ଦୀର୍ଘ ୯ ମାସ ହେଲା ମୁଖ ଗହ୍ୱର କର୍କଟ ରୋଗରେ ପୀଡିତ । ମାର୍ଚ୍ଚ ୨୦୨୧ରେ ସେ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିବା ବ୍ରହ୍ମପୁର ବଡ ଡାକ୍ତରଖାନାରେ ଚିକିତ୍ସିତ ହେବା ସମୟରେ ଡାକ୍ତରଙ୍କ ଠାରୁ ଜାଣିବାକୁ ପାଇଥିଲେ । ତାପରେ ଡାକ୍ତର ତାଙ୍କୁ କଟକ ହରିହର ଆଚାର୍ଯ୍ୟ କର୍କଟ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇ ଚିକିତ୍ସିତ ହେବାପାଇଁ ପରାମର୍ଶ ଦେଇଥିଲେ । ସେଠାକୁ ଯିବା ପରେ ତାଙ୍କୁ ସ୍ୱାସ୍ଥ୍ୟ କେନ୍ଦ୍ରରେ ରହି ଚିକିତ୍ସା ହେବା ପାଇଁ ଶର୍ଯ୍ୟା ମିଳିନଥିଲା । ଯାହାଫଳରେ ସେ ବାଧ୍ୟହୋଇ ବାହାରେ ୪୫ ଦିନ ରହି ପ୍ରାୟ ଦେଢ଼ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ । ତାପରେ ପରେ ରାଜ୍ୟରେ କରୋନା ପାଇଁ ଲକ ଡାଉନ ଘୋଷଣା ହେବାରୁ କଟକ କୁ କାର ଯୋଗେ ଭଡାରେ ଯାଇ ୨୫ ହଜାର ଟଙ୍କା ଖର୍ଚ କରିଥିଲେ । ସେଠାରେ ଝୁନୁକୁ ସଠିକ ଭାବରେ ଚିକିତ୍ସା ନ କରିବାରୁ ସ୍ୱାମୀ ଅନ୍ତର୍ଯ୍ୟାମୀ ପାଇକ ଧାର ଉଧାର କରି କଟକ HCG – Panda କର୍କଟ ହସପିଟାଲରେ ନଭେମ୍ବର ମାସ ରେ ଚିକିତ୍ସା କରାଇଥିଲେ । ସେଠାରେ ଝୁନୁ ୫ ଦିନ ରହିବା ରହି ୧୫ ହଜାର ଟଙ୍କା ଖର୍ଚ୍ଚ କରିଥିଲେ । ଅର୍ଥର ଅଭାବ ଯୋଗୁଁ ରାଜ୍ୟ ସରକାରଙ୍କ ପକ୍ଷରୁ ମିଳିଥିବା ବିଜୁ ସ୍ୱାସ୍ଥ୍ୟ କାର୍ଡ଼ ମେଡିକାଲ କତ୍ତୃପକ୍ଷଙ୍କୁ ଦେଖାଇଥିଲେ । ତଥାପି ତାଙ୍କୁ ସିଧା ସିଧା ମନା କରାଯାଇଥିଲା । ଏହି କାର୍ଡରେ ସୁବିଧା ଏଠାରେ ଉପଲବ୍ଧ ନୁହଁ । ନଗଦ ଅର୍ଥ ନ ଦେଲେ ଚିକିତ୍ସା ହୋଇପାରିବ ନାହିଁ । ଯାହାଫଳରେ ଅର୍ଥର ଘୋର ଅଭାବ ଯୋଗୁଁ ସେ ଅର୍ଥ ଦେଇ ନପାରି ଏବେ ନିଜ ଘରେ ରହି ଚେରମୂଳି ଔଷଧ ସେବନ କରୁଛନ୍ତି । ଦୁଃଖର ସହିତ ଝୁନ୍ମୁଙ୍କ ସ୍ଵାମୀ ଅନ୍ତର୍ଯ୍ୟାମୀ ପାଇକ କହିଛନ୍ତି । ମୁଁ ଜଣେ ଦୀନ ମଜୁରୀଆ, ମୋ ପାଖରେ ଅର୍ଥର ଘୋର ଅଭାବ, ମୋ ପାଖରେ ରହିଛି ବିଜୁ ସ୍ୱାସ୍ଥ୍ୟ କାର୍ଡ, ଜବ୍ କାର୍ଡ, ପଡି କାର୍ଡ ତଥାପି ପ୍ରଶାସନର ସହାୟତା ନମିଳିବା ମୋତେ ବହୁତ କଷ୍ଟ ଦେଇଛି । ସରକାରଙ୍କର ସମସ୍ତ ପ୍ରକାର ଯୋଜନା ମୋ ପାଖରେ ଥାଇ ମଧ୍ୟ ମୋତେ ବିଜୁ ପକ୍କା ଘର କି ପ୍ରଧାନମନ୍ତ୍ରୀ ଆବାସ ନମିଳିବା ଦୁଃଖର ବିଷୟ ବୋଲି ଅନ୍ତର୍ଯ୍ୟାମୀ କହିଛନ୍ତି । ଝାଟିମାଟିର ଟିଣ ଛପର ଘରେ ସେ ଦହନୀୟ ଭାବେ ପରିବାର ସହିତ ରହିଆସୁଛନ୍ତି । ସୂଚନା ଯୁଗୀୟ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ରୁ ମାତ୍ର ପାଞ୍ଚ ହଜାର ସରକାରୀ ସହାୟତା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ