ବିଜେଡ଼ି କାର୍ଯ୍ୟାଳୟ ଠାରେ ଜାତୀୟ ପତାକା ଉତ୍ତୋଳନ
ନିମାପଡ଼ା,(ସନ୍ତୋଷ ଦାଶ) ଆଜି ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ତୁଳସୀପୁର ପଞ୍ଚାୟତ ବିଜେଡ଼ି ପକ୍ଷରୁ ଦଳୀୟ କାର୍ଯ୍ୟାଳୟ ଠାରେ ୭୮ ତମ ସ୍ବାଧିନତା ଦିବସ ପାଳନ କରାଯାଇଥିଲା। ମୁଖ୍ୟଅତିଥି ଭାବେ
ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ୍ତ କୁମାର ନାୟକ ଯୋଗ ଦେଇଥିବା ବେଳେ ବୟୋଜ୍ୟେଷ୍ଠ କର୍ମୀ ଚକ୍ରଧର ସାହୁ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ନୃସିଂହ ଚରଣ ଓଝା,
ଉପେନ୍ଦ୍ର ଶତପଥୀ, ପ୍ରକାଶ ତ୍ରିପାଠୀ, ବାବନ ସାହୁ, ସୁରେନ୍ଦ୍ର ଦାସ, ଲକ୍ଷ୍ମୀଧର ବେହେରା,ଆଲୋକ ପାତ୍ର, ନିରଂଜନ ତ୍ରୀପାଠୀ,ସନ୍ତୋଷ ଦାଶ, ଅଭୟ ବାରିକ, କାବୁଲା ସେଠୀ, ଟୁକୁନା ବେହେରା, ନରେନ୍ଦ୍ର ସାହୁ,ସତ୍ୟ ରଞ୍ଜନ ସାହୁ, ବ୍ରଜ କିଶୋର ସାହୁ ପ୍ରମୁଖ ଯୋଗ ଦେଇଥିଲେ। କର୍ମୀ ଓ ଅତିଥି ମାନେ ଜାତୀୟ ପତାକା ଉତ୍ତୋଳନ ପରେ ଜାତୀୟ ସଙ୍ଗୀତ ଗାନ କରିବା ସହିତ ସ୍ଵାଧୀନତା ସଂଗ୍ରାମୀ ମାନଙ୍କ ସ୍ମୃତି ଚାରଣ କରିଥିଲେ।


