ବିଜେଡ଼ି ଜିଲ୍ଲା ପରିଷଦ ସଭ୍ୟ ଙ୍କ ମୃତ୍ୟୁ ଘଟଣା: ମନ୍ତ୍ରୀ ଙ୍କ ସଂପୃକ୍ତି ଅଭିଯୋଗ

ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ୧୧ନଂଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ଙ୍କ ଝୁଲନ୍ତା ମୃତ ଦେହ ତାଙ୍କ ଭୁବନେଶ୍ୱର ସ୍ଥିତ ବାସଭବନ ରୁ ପୋଲିସ ଉଦ୍ଧାର କରିଛି। ସେ ମାନସିକ ଅଶାନ୍ତି ରେ କିଛି ଦିନ ହେଲା ରହୁଥିଲେ। ପାରିବାରିକ କାରଣ ରୁ ସେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କ ଆତ୍ମହତ୍ୟା ପଛରେ କିଛି ରହସ୍ୟ ଲୁଚି ରହିଛି ତାକୁ ନେଇ ଗୋପ, ନିମାପଡା, କୋଣାର୍କ ଅଞ୍ଚଳ ରେ ଚର୍ଚ୍ଚା ଜୋର ଧରିଛି। ତାଙ୍କ ମୃତ୍ୟୁ ଘଟଣାରେ କିଛି ରାଜନେତା, କିଛି ଗଣମାଧ୍ୟମ ପ୍ରତିନିଧି ପରୋକ୍ଷ ଭାବେ ଦାୟୀ ବୋଲି ଲୋକ ମାନେ କୁହା କୁହି ହେଉଛନ୍ତି। ସେ ମୃତ୍ୟୁ ପୁର୍ବରୁ କିଛି ମେସେଜ ତାଙ୍କ ସୋସିଆଲ ମିଡିଆରେ ଛାଡିଥିବା ଶୁଣିବାକୁ ମିଳୁଛି। ତାଙ୍କ ଫୋନ ଦୁଇଟିକୁ ଜବତ କରି ପୋଲିସ ଘଟଣା ର ସତ୍ୟାସତ୍ୟ ଲୋକଲୋଚନକୁ ଆଣିବାକୁ ସାଧାରଣ ରେ ଦାବି ହେଉଛି। ତାଙ୍କ ମର ଶରୀର ତାଙ୍କ ନିଜ ଗାଁ ଗୋପ ବ୍ଲକ ର ଖଣ୍ଡିଆକୁଦ ଗ୍ରାମ ଅଭିମୁଖେ ଯାଇ ଷୋଳପୁର ଠାରେ ପହଞ୍ଚିବା ପରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ସ୍ଥାନୀୟ କଂଗ୍ରେସ ନେତା ତଥା ଗୋପ ବ୍ଲକ ଉପାଧ୍ୟକ୍ଷ ବନରଞ୍ଜନ ପଟ୍ଟନାୟକ ସେଠାରେ ପହଞ୍ଚି ତାଙ୍କ ଶବ ରେ ଫୁଲମାଳ ଦେଇ ତାଙ୍କ ଶେଷ ଦର୍ଶନ କରିଥିଲେ। ଏହି ଘଟଣା ର ନିରପେକ୍ଷ ତଦନ୍ତ କରାଯାଇ ଦୋଷୀ ମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଥିଲେ।ତାଙ୍କ ଘରେ ତାଙ୍କ ମାଆ ସୁଶୀଳା ସାହୁ କାନ୍ଦି କାନ୍ଦି ନିଜ ପୁଅ କୁ ଫେରାଇ ଦେବାକୁ ସମସ୍ତ ଙ୍କୁ ଅନୁରୋଧ କରୁଥିଲେ। ତାଙ୍କ ମୃତ୍ୟୁ ଘଟଣାରେ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଗଣ ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ସଂପୃକ୍ତ ଥିବା ଅଭିଯୋଗ କରିଛନ୍ତି ବିଜେପି ନେତା ଦିଲୀପ ନାୟକ। ସ୍ୱର୍ଗତ ସାହୁ ଙ୍କ ମୋବାଇଲ କୁ ଯାଞ୍ଚ କଲେ ତା ଭିତରେ ଥିବା ରହସ୍ୟଜନକ ଭିଡିଓ ରୁ ତାଙ୍କ ମୃତ୍ୟୁ ଘଟଣା ର କାରଣ ଜଣାପଡିବ ବୋଲି ଶ୍ରୀ ନାୟକ ପ୍ରକାଶ କରିବା ସହିତ ନିରପେକ୍ଷ ତଦନ୍ତ ପାଇଁ ପ୍ରଥମେ ମନ୍ତ୍ରୀ ଶ୍ରୀ ଦାଶ ଙ୍କୁ ମନ୍ତ୍ରୀ ପଦରୁ ବହିଷ୍କାର କରାଯିବା ଆବଶ୍ୟକ ଓ ତାଙ୍କୁ ତଦନ୍ତ ପରିସର ଭୁକ୍ତ କରାଯାଉ ବୋଲି ସେ ଦାବୀ କରିଚନ୍ତି। ସ୍ବର୍ଗତ ସାହୁ ମନ୍ତ୍ରୀ ଶ୍ରୀ ଦାଶ ଙ୍କ ର ଜଣେ ଘନିଷ୍ଠ ସହଯୋଗୀ ଥିଲେ।ଏହି ଘଟଣା ସମଗ୍ର ପୁରୀ ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହି ଘଟଣା ରେ ନିମାପଡ଼ା ବିଧାୟକ ତଥା ରାଜ୍ୟ ଗଣ ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ସଂପୃକ୍ତି ଥିବା ଅଭିଯୋଗ କରି ଘଟଣା ର ନିରପେକ୍ଷ ତଦନ୍ତ ପାଇଁ ମନ୍ତ୍ରୀ ଆଗ ନିଜ ପଦବୀ ରୁ ଇସ୍ତଫା ଦେବାକୁ ବିଜେପି ରାଜ୍ୟ ଉପ ସଭାପତି ଶ୍ରୀ ମତୀ ପ୍ରଭାତୀ ପରିଡ଼ା ଦାବି କରିବା ସହିତ ପୋଲିସ ସ୍ୱର୍ଗତ ଶ୍ରୀ ସାହୁ ଙ୍କ ମୋବାଇଲ ରେ ଥିବା ଭିଡିଓ କୁ ସାର୍ବଜନୀନ କରିବାକୁ ଦାବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ