ବିଜେଡି ଜିଲ୍ଲା ପରିଷଦ ସଭ୍ୟ ବହିଷ୍କୃତ
ଭୁବନେଶ୍ୱର , (ୱାଇଏନ୍ଏସ୍): ଯାଜପୁର ଜିଲ୍ଲା କୋରେଇ ବିଧାନସଭା ନିର୍ବାଚନ ମଣ୍ଡଳୀର ଜୋନ୍ ୩ ଅନ୍ତର୍ଗତ ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଧରଣୀଧର ଘଡେଇଙ୍କୁ ଦଳରୁ ବହିଷ୍କାର କରାଯାଇଛି । ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଧରଣୀଧରଙ୍କୁ ବହିଷ୍କାର କରାଯାଇଥିବା ଦଳର ସାଧାରଣ ସମ୍ପାଦକ (ଗଣମାଧ୍ୟମ ବ୍ୟାପାର) ମାନସ ମଙ୍ଗରାଜ ସୂଚନା ଦେଇଛନ୍ତି ।


