ବିଜେଡି ର ପଦଯାତ୍ରା ଉଦଯାପନ

ନିମାପଡ଼ା, (ସନ୍ତୋଷ ଦାଶ):ଗାନ୍ଧୀ ଜୟନ୍ତୀ ଠାରୁ ନିମାପଡ଼ା ନିର୍ବାଚନମଣ୍ଡଳୀ ବିଜେଡ଼ି ପକ୍ଷରୁ ଆରମ୍ଭ ହୋଇଥିବା ଜନସମ୍ପର୍କ ପଦଯାତ୍ରା ଆଜି ଗୋପ ର ନାଗପୁର ଠାରେ ଆନୁଷ୍ଠାନିକ ଭାବେ ଉଦଯାପନ ହୋଇଥିଲା। ଏହି ଉଦଯାପନ ଉତ୍ସବ ରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ସାଂସଦ ରାଜଶ୍ରୀ ମଲ୍ଲିକ, ବିଧାୟକ ସମୀର ରଞ୍ଜନ ଦାଶ ପ୍ରମୁଖ ଯୋଗଦାନ କରି ବିଜେଡ଼ି ସରକାର ର ଲୋକ କଲ୍ୟାଣ ଯୋଜନା ସଂପର୍କ ରେ ଆଲୋକପାତ କରିଥିଲେ।ନିମାପଡା ଠାରୁ ଦୁଇ ହଜାର ରୁ ଉର୍ଦ୍ଧ୍ବ ମଟର ସାଇକେଲ ରାଲି ରେ ଦଳୀୟ କର୍ମୀ ମାନେ ଅତିଥି ମାନଙ୍କୁ ଗୋପ ଷୋଳପୁର ପର୍ଯ୍ୟନ୍ତ ନେଇ ଯାଇଥିଲେ ।ଷୋଳପୁର ଠାରୁ ଶହ ଶହ ମହିଳା ଙ୍କ ସହିତ ଅତିଥି ମାନେ ପଦଯାତ୍ରା ରେ ଯାଇ ନାଗପୁର ବଜାର ରେ ହେଉଥିବା ଉଦଯାପନ ସଭାରେ ଯୋଗ ଦେଇ କର୍ମୀ ମାନଙ୍କୁ ଅଭିଭାଷଣ ଦେଇଥିଲେ। ଉକ୍ତ ସଭା ରେ ଗୋପ ବ୍ଲକ ବିଜେଡ଼ି ସଭାପତି ମଧୁସୂଦନ ପାଇକରାୟ,ଗୋପ ବ୍ଲକ ଅଧ୍ୟକ୍ଷା ଝୁନୁ ମଲ୍ଲିକ,ନିମାପଡା ବିଜେଡ଼ି ସଭାପତି ଅଶୋକ ସାହୁ,ନିମାପଡା ଅଧ୍ୟକ୍ଷ ଶଙ୍କର ଭୋଇ,ନିମାପଡା ଏନ ଏ ସି ସଭାପତି ଜୀବନାନନ୍ଦ ମହାପାତ୍ର ଜିଲ୍ଲାପରିଷଦ ସଭ୍ୟ ପ୍ରଦୀପ୍ତ ଖଟୋଇ,ଗୋପ ବ୍ଲକସାଂସଦ ଙ୍କ ପ୍ରତିନିଧି ସୁକାନ୍ତ ମହାନ୍ତି,ସନକ ପ୍ରଧାନ, ନିରଞ୍ଜନ ଶଗଡ଼ିଆ,ଅଖୟ ନିଶଙ୍କ ପ୍ରମୁଖ ଯୋଗଦାନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ