ବିଜେପିର ଦୋମୁହାଁ ନୀତିର ପ୍ରତିଫଳନ : ସମାଜବାଦୀ ପାର୍ଟି

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ଜାତୀୟ ସମ୍ବାଦ ସରବରାହ ସଂସ୍ଥା ଏ.ଏନ୍‌.ଆଇ.କୁ ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତକାରର ଗୋଟିଏ ଦିନ ପରେ ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ଣ ବେଞ୍ଚ ଲକ୍ଷ୍ମୀପୁର ଖେିରି କୃଷକମାନଙ୍କ ବିକ୍ଷୋଭରେ ଅକ୍ଟୋବର ୩ ତାରିଖ ଦିନ ନିଜର ଜିପ୍ ଚଢାଇ ତିନିଜଣ କୃଷକ ଏବଂ ଜଣେ ସାମ୍ବାଦିକଙ୍କୁ ହତ୍ୟା କରିଥିବା କେନ୍ଦ୍ର ସ୍ୱରାଷ୍ଟ୍ର ବିଭାଗ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ରଙ୍କୁ ଆଜି ଜମାନତ ମିଳିବା ବିଜେପିର ଦୋମୁହାଁ ନୀତିର ପ୍ରତିଫଳନ ବୋଲି ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ରବି ବେହେରା ଅଭିଯୋଗ କରିଛନ୍ତି । ଆଜି ଏକ ପ୍ରେସ୍ ବିଜ୍ଞପ୍ତିରେ ଶ୍ରୀ ବେହେରା କହିଛନ୍ତି ଯେ, ଅନ୍ୟ ରାଜନୈତିକ ଦଳମାନଙ୍କୁ ଗୁଣ୍ଡା ଓ ଅପରାଧିକ ଦଳ ବୋଲି ଅଭିହିତ କରୁଥିବା ଏବଂ ଅପରାଧର ଆଶ୍ରୟସ୍ଥଳ ବୋଲି କହୁଥିବା ବିଜେପି ଦଳର ଶୀର୍ଷ ନେତୃତ୍ୱ ଅପରାଧ ଓ ଅପରାଧିଙ୍କ ପ୍ରତି କେତେ ଦରଦୀ ଏବଂ କୃଷକମାନଙ୍କ ସ୍ୱାର୍ଥ ଓ ସୁରକ୍ଷା ପ୍ରତି କେତେ ଯତ୍ନବାନ ତାହା ‘ଭାତହାଣ୍ଡି’ରୁ ଗୋଟିଏ ଚିପିଲା ଭଳି ଆଶିଷ ମିଶ୍ରଙ୍କ ଜାମିନରୁ ସ୍ପଷ୍ଟ ଜଣାପଡୁଛି । ଗୋଟିଏ ପଟେ କୃଷକମାନଙ୍କ ଆୟ ଦୁଇଗୁଣା କରିବା ପାଇଁ ଓ ସ୍ୱାମୀନାଥନ କମିଶନ ରିପୋର୍ଟ କାର୍ଯ୍ୟକାରୀ କରିବାର ପ୍ରତିଶ୍ରୁତି ଦେଇଥିବା କେନ୍ଦ୍ରର ବିଜେପି ସରକାରଙ୍କ ଉଦାସୀନତା ଯୋଗୁଁ ୭୫୦ରୁ ଉର୍ଦ୍ଧ୍ୱ କୃଷକ ଆନ୍ଦୋଳନ କରି ଖରା, ବର୍ଷା ଓ ଶୀତ କାକରରେ ସହିଦ ହେଲେ । ତାଙ୍କ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଆନ୍ଦୋଳନରତ କୃଷକମାନଙ୍କୁ ‘ମୁଁ ଦୁଇ ମିନିଟ୍‌ରେ ଠିକ୍ କରିଦେବି’ ବୋଲି କହି ଗାଡ଼ି ଚଢାଇ ହତ୍ୟା କରିବା ଗଣତାନ୍ତ୍ରିକ ଇତିହାସରେ ଏକ ବିରଳ ଘଟଣା । ନିଜେ କାଚଘରେ ରହି ମାନ୍ୟବର ପ୍ରଧାନମନ୍ତ୍ରୀ ଓ ତାଙ୍କ ନେତୃତ୍ୱାଧୀନ ବିଜେପି ଦଳ କେଉଁଭଳି ପାରଦର୍ଶିତାର ସହିତ ଏସ୍‌.ଆଇ.ଟିର ରିପୋର୍ଟ ଉପରେ କାମ କରୁଛି ତାହା ଆଜିର ଆଶିଷ ମିଶ୍ର ଜାମିନରୁ ସ୍ପଷ୍ଟ ଅନୁମେୟ । ତେଣୁ ନିଜେ କାଚଘରେ ରହି ଅନ୍ୟକୁ ଟେକା ଫିଙ୍ଗିବାରୁ କ୍ଷାନ୍ତ ହେବାକୁ ସମାଜବାଦୀ ପାର୍ଟି ତରଫରୁ ବିଜେପି ଦଳକୁ ଶ୍ରୀ ବେହେରା ସତର୍କ କରାଇ ଦେଇଛନ୍ତି । ବିଜେପିର ଏହି ଦୋମୁହାଁ ନୀତି ବିରୁଦ୍ଧରେ ଚାଷୀମାନଙ୍କର ସ୍ୱାର୍ଥ ଓ ସୁରକ୍ଷା ପାଇଁ ଆଉ ଏକ ବୃହତ୍ତର ସଂଗ୍ରାମର ଆବଶ୍ୟକତା ରହିଛି ଏବଂ ସେଥିପାଇଁ ସଂଯୁକ୍ତ କିଷାନମୋର୍ଚ୍ଚା ଓ ଚାଷୀମାନଙ୍କର ସହିତ ତାଙ୍କ ସଂଗ୍ରାମକୁ ସମର୍ଥନ ଦେଉଥିବା ସମସ୍ତ ରାଜନୈତିକ ଦଳ ଆଗେଇ ଆସିବାକୁ ଶ୍ରୀ ବେହେରା ଅନୁରୋଧ କରିଛନ୍ତି । ଉତ୍ତରପ୍ରଦେଶ ନିର୍ବାଚନ ପରିପ୍ରେକ୍ଷୀରେ ବିଜେପି ନିଜ ସପକ୍ଷରେ ଭୋଟ ହାତେଇବା ପାଇଁ ଆଶିଷ ମିଶ୍ରଙ୍କ ଭଳି ହତ୍ୟାକାରୀଙ୍କୁ ଜାମିନ୍‌ରେ ଆଣିଛି ବୋଲି ଶ୍ରୀ ଅଭିଯୋଗ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ