ବିଜେପି କର୍ମୀଙ୍କୁ ମନ୍ତ୍ର ଦେଲେ ରାଜ୍ୟ ବିଜେପି ସମ୍ପାଦିକା ଲେଖାଶ୍ରୀ ସାମନ୍ତ ସିଂହାର
ବେଲଗୁଣ୍ଠା (ସନ୍ତୋଷ ବିଶୋୟୀ): ପଞ୍ଚାୟତ ନିର୍ବାଚନ ପାଇଁ ଅଣ୍ଟା ଭିଡ଼ିଛି ବେଲଗୁଣ୍ଠା ବିଜେପି I ଆଜି ବେଲଗୁଣ୍ଠା ବ୍ଳକ୍ ଗାଙ୍ଗପୁର ପଞ୍ଚାୟତ ଅନ୍ତର୍ଗତ ବୋରୀ ଗ୍ରାମରେ ଅନୁଷ୍ଠିତ ଏକ ବିଜେପି କର୍ମୀ ସମ୍ମିଳନୀରେ ରାଜ୍ୟ ସମ୍ପାଦିକା ଲେଖାଶ୍ରୀ ସାମନ୍ତ ସିଂହାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ରଣ କୌଶଳ ପ୍ରସ୍ତୁତ କରିବାକୁ ଉପସ୍ଥିତ କର୍ମୀଙ୍କୁ ପରାମର୍ଶ ଦେଇଛନ୍ତି I ଜିତିବାର ମାନସିକତା ରଖି ଆମେ ଆଗାମୀ ନିର୍ବାଚନରେ ଲଢ଼େଇ କରିବାକୁ ପଡ଼ିବ ବୋଲି ସେ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ I ସମ୍ମିଳନୀରେ ଅନ୍ୟତମ ଅତିଥି ଭାବେ ରାଜ୍ୟ ଉପସଭାପତି ଅନିତା ଶୁଭଦର୍ଶୀନୀ ଯୋଗ ଦେଇ ଆମେ ବୁଥ୍ ସ୍ତରରେ ସଂଗଠିତ ହୋଉ ନିର୍ବାଚନ ଲଢିଲେ ବିଜୟ ସୁନିଶ୍ଚିତ ହେବ ବୋଲି ପ୍ରକାଶ କରିଥିଲେ I ସେହିପରି ଅନ୍ୟମାନଙ୍କ ମଧ୍ୟରେ ଘୁମୁସର ବିଜେପି ଜିଲ୍ଲା ସଭାପତି ଗୋକୁଳାନନ୍ଦ ମଲ୍ଳିକ, ଘୁମୁସର ଜିଲ୍ଳା ଉପସଭାପତି ପ୍ରଭାକର ପଣ୍ଡା, ସୋରଡ଼ା ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରାର୍ଥୀ ନୀଳମଣି ବିଷୋୟୀ,ଜିଲ୍ଳା ସାଧାରଣ ସମ୍ପାଦକ ରଞ୍ଜନ ରାଉତ, ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ୍ତ କୁମାର ପତି, କବିସୂର୍ଯ୍ୟନଗର ବିଧାୟକ ପ୍ରାର୍ଥୀ ରଞ୍ଜନ ପୋଲାଇ, ଗାଙ୍ଗପୁର ମଣ୍ଡଳ ସଭାପତି ସୁରେନ୍ଦ୍ର କୁମାର ଡାକୁଆ ପ୍ରମୁଖ ଯୋଗଦେଇ ଆଗାମୀ ଦିନରେ ବେଲଗୁଣ୍ଠା ବ୍ଳକ୍ ର ପ୍ରତି ପଂଚାୟତର ପ୍ରାର୍ଥୀଙ୍କୁ ବିଜୟୀ କରିବା ପାଇଁ ଏବେଠାରୁ ପ୍ରସ୍ତୁତ ହେବା ଆବଶ୍ୟକ ବୋଲି ପ୍ରକାଶ କରିଥିଲେ I ଏହି ସମ୍ମିଳନୀରେ 400 ରୁ ଉର୍ଦ୍ଧ୍ୱ ବିଜେପି କର୍ମୀ ଯୋଗଦେଇଥିଲେ I


