ବେଲଗୁଣ୍ଠା ପ୍ରେସ୍ କ୍ଳବର ସାଙ୍ଗଠନିକ ବୈଠକ:ରୋଟାରୀ କ୍ଳବ ସଭାପତି ସମ୍ବର୍ଦ୍ଧିତ

ବେଲଗୁଣ୍ଠା (ସନ୍ତୋଷ ବିଶୋୟୀ): ବେଲଗୁଣ୍ଠା ପ୍ରେସ୍ କ୍ଳବର ଏକ ସାଙ୍ଗଠନିକ ବୈଠକ ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ କଣ୍ଟେଇପୋଲି ନିକଟ ମାଁ ଉଖୁଡେଇ ପୀଠ ଠାରେ ଅନୁଷ୍ଠିତ ହୋଇଯାଇଛି ।ସଭାପତି ପ୍ରଦ୍ୟୁମ୍ନ ପାତ୍ରଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ସମ୍ବାଦ ପରିବେଷଣ,ଖବର ଅନ୍ୱେଷଣ ଓ ସାଙ୍ଗଠନିକ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା ହୋଇଥିଲା ।ସ୍ୱତନ୍ତ୍ର ଅତିଥି ଭାବେ ବେଲଗୁଣ୍ଠା ଅଞ୍ଚଳର ଜଣାଶୁଣା ସମାଜସେବୀ ତଥା ଭଞ୍ଜନଗର ରୋଟାରୀ କ୍ଳବ ସଭାପତି ଭି.ଦେବୀ ପ୍ରସାଦ ପାତ୍ର ଓ ବେଲଗୁଣ୍ଠାର ଯୁବ ସଙ୍ଗଠକ ଦିବ୍ୟ ରଞ୍ଜନ ଦାସ,ଯୁବ ସେର୍ଚ୍ଛାସେବୀ ନୀଳାଞ୍ଚଳ ସାହୁ, ମୂର୍ତ୍ତିକା ସଂରକ୍ଷଣ ଅଧିକାରୀ ସନ୍ତୋଷ କୁମାର ଗୌଡ ପ୍ରମୁଖ ଯୋଗଦେଇଥିଲେ ।ଭଞ୍ଜନଗର ରୋଟାରୀ କ୍ଳବର ବିଭିନ୍ନ ପ୍ରକାର ସାମାଜିକ ଜନହିତକର କାର୍ଯ୍ୟକ୍ରମରେ ଉଲ୍ଲେଖନୀୟ ଅବଦାନ ପାଇଁ ସଭାପତି ଶ୍ରୀ ପାତ୍ରଙ୍କୁ ପ୍ରେସ୍ କ୍ଳବ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା ।ପ୍ରେସ୍ କ୍ଳବ ସମ୍ପାଦକ ଅଶ୍ୱିନୀ କୁମାର ମହାନ୍ତି ସ୍ୱାଗତ ଭାଷଣ ଦେଇଥିବା ବେଳେ ଉପସଭାପତି ପ୍ରଭାତ କୁମାର ସାହୁ, ସହ-ସମ୍ପାଦକ ସରୋଜ ଶତପଥୀ, କୋଷାଧ୍ୟକ୍ଷ ବିଭୁପାଦ ଜେନା, ଉପଦେଷ୍ଟା ସନ୍ତୋଷ କୁମାର ବିଷୋୟୀ, ଚନ୍ଦନ କୁମାର ସାହୁ ଓ ସୁଶାନ୍ତ କୁମାର ବେହେରା, ସଦସ୍ୟ ରାଜେଶ କୁମାର ପଣ୍ଡା, ରାଜେଶ କୁମାର ପାତ୍ର,ଶିଶିର କୁମାର ସ୍ୱାଇଁ,ଜଗନ୍ନାଥ ନାୟକ, ସୁଧାଂଶୁ ଶେଖର ବିଷୋୟୀ,ଶିବରାମ ଚୌଧୁରୀ ଓ ପଞ୍ଚାନନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ