ବିଜେପି ପକ୍ଷରୁ ଶାନ୍ତି ପାଇଁ ସତ୍ୟାଗ୍ରହ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ଭଦ୍ରକ ଜିଲ୍ଲା ବ୍ରହ୍ମପୁର ଠାରେ ବିଜେପି କର୍ମୀଙ୍କୁ ହତ୍ୟା ଅଭିଯୋଗରେ ଆଜି ସମସ୍ତ ଥାନା ସମ୍ମୁଖରେ ଦଳ ପକ୍ଷରୁ ଶାନ୍ତି ପାଇଁ ସତ୍ୟାଗ୍ରହ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଭଣ୍ଡାରିପୋଖରୀ ବିଜେପି ପକ୍ଷରୁ ଆଜି ଥାନା ସମ୍ମୁଖରେ ସତ୍ୟାଗ୍ରହ ଅନୁଷ୍ଠିତ ହୋଇଥିବା ବେଳେ ଯୁବନେତା ସୁବାଶିଷ ଗିରୀଙ୍କୁ ହତ୍ୟା କରିଥିବା ବିଜେଡି ନେତା ଓ କର୍ମୀଙ୍କୁ ତୁରନ୍ତ ଗିରଫ ପାଇଁ ଦାବି କରାଯାଇଥିଲା । ବିଧାନସଭା ନେତା ବଦ୍ରିନାରାୟଣ ଧଳଙ୍କ ନେତୃତ୍ୱରେ ପ୍ରାୟ ଦୁଇ ଘଣ୍ଟା ଧରି ଶାନ୍ତିପୂର୍ଣ୍ଣ ସତ୍ୟାଗ୍ରହରେ କର୍ମୀ ମାନେ ସାମିଲ ହୋଇଥିଲେ। ଏଥିରେ ମଣ୍ଡଳ ସଭାପତି ଗିରିଶ ସାମଲ, ନିର୍ମଳ କର, ସତ୍ୟବ୍ରତ ଦାସ, ପ୍ରଦୀପ ସାହୁ, ରୁକ୍ମଣୀ ଦାସ, ବିଭୂପାଦ ସାହୁ, ମନୋଜ ମହାନ୍ତି, ମଦନ ସାହୁ, ସୁଶାନ୍ତ ମହାପାତ୍ର, କରୁଣାକର ସାହୁ, ଦେବାଶିଷ ପରିଡା, ଯୋଗେନ୍ଦ୍ର ଜେନା, ପ୍ରିୟତମା ଜେନା, ମୀନାକ୍ଷୀ ଜେନା, କଳ୍ପନା ସେଠୀ ପ୍ରମୁଖ ସାମିଲ ଥିଲେ ।


