ବିଜେଡ଼ି ନଗରପାଳ ପ୍ରାର୍ଥୀ ସରିତା ସାହୁ ପିନ୍ଧିଲେ ବିଜୟ ମୁକୁଟ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ପୌର ନିର୍ବାଚନରେ ବିଜୁ ଜନତା ଦଳର ନଗରପାଳ ପ୍ରାର୍ଥୀ ସରିତା ସାହୁ ଶନିବାର ବିଜୟ ମୁକୁଟ ପିନ୍ଧି ନଗରପାଳ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ଶ୍ରୀମତୀ ସାହୁ ୧୩, ୭୫୮ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ଶ୍ରୀମତୀ ସାହୁ ୧୮ହଜାର ୨୫୨ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ମୀନାକ୍ଷୀ ଦାଶ ମାତ୍ର ୪ ହଜାର ୪୯୪ ଖଣ୍ଡ ଭୋଟ ଓ କଂଗ୍ରେସ ପ୍ରାର୍ଥୀ ଲକ୍ଷ୍ମୀପ୍ରିୟା ବାରିକ ମାତ୍ର ୩ ହଜାର ୭୮୦ ଖଣ୍ଡ ଭୋଟ ପାଇ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ଅଛନ୍ତି । ସରିତା ହେଉଛନ୍ତି ବିଜେଡି ରାଜ୍ୟ ସମ୍ପାଦକ ତଥା ପୂର୍ବତନ କାଉନସିଲର ରଞ୍ଜିତ କୁମାର ସାହୁ(ଧନୀ)ଙ୍କ ପତ୍ନୀ । ଉଚ୍ଚ ଶିକ୍ଷିତା ସରିତା ରାଜନୀତିରେ ନୂଆ ହୋଇ ମଧ୍ୟ ନିଜର ଶାନ୍ତ ସ୍ୱଭାବ, ସ୍ୱାମୀଙ୍କ ସମାଜସେବାମୂଳକ କାର୍ଯ୍ୟ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତାରେ ବିଜୟ ମୁକୁଟ ପିନ୍ଧିଥିବା କହିିଛନ୍ତି ।


