ବିଦେଶରେ ଦେଶୀ ଲୁକରେ ପ୍ରିୟଙ୍କା
ବଲିଉଡ୍ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ବିବାହ ପରେ ଆମେରିକାରେ ରହୁଛନ୍ତି ସତ । ହେଲେ ଏବେବି ସେ ତାଙ୍କ ନିଜ ଦେଶର ପରମ୍ପରାକୁ ଭୁଲି ପାରି ନାହାଁନ୍ତି । ରବିବାର ସାରା ଭାରତରେ ଆଲୋକର ପର୍ବ ଦୀପାବଳି ପାଳନ କରାଯାଉଥିବା ବେଳେ ପ୍ରିୟଙ୍କା ମଧ୍ୟ ସୁଦୂର ଆମେରିକାରେ ସ୍ୱାମୀ ନିକ୍ ଜୋନସଙ୍କ ସହ ଏହି ପର୍ବକୁ ଖୁବ୍ ଧୁମ୍ଧାମରେ ପାଳନ କରିଛନ୍ତି । ଆମେରିକାନ୍ ସିଙ୍ଗର ନିକ୍ ଜୋନସଙ୍କୁ ବିବାହ କରିବା ପରେ ପ୍ରଥମ ଥର ଲାଗି ପ୍ରିୟଙ୍କା ଦୀପାବଳି ପାଳନ କରିଛନ୍ତି ତାହା ପୁଣି ଭାରତୀୟ ପରମ୍ପରା ଢଙ୍ଗରେ । ଏହି ପର୍ବ ପାଳନ କରିବା ପରେ ପ୍ରିୟଙ୍କା ସ୍ୱାମୀଙ୍କ ସହ କିଛି ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି । ଏହାସହ ସୋସିଆଲ ମିଡିଆ ଜରିଆରେ ସେ ସମସ୍ତଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି । ଯାହା ତାଙ୍କ ପ୍ରଶଂସକଙ୍କୁ ବେଶ୍ ପସନ୍ଦ ଆସିଛି । ତେବେ ବିଦେଶରେ ଥାଇ ମଧ୍ୟ ସେ ଭାରତୀୟ ନାରୀ ଭଳି ଶାଢିପିନ୍ଧି ଶାଶୁଘର ପରିବାର ସହ ଦୀପାବଳି ପାଳନ କରିଛନ୍ତି ।


