ବିଦ୍ୟାଳୟରେ ପାଠପଢାଇଲେ ବିଧାୟକ
(ନବରଙ୍ଗପୁର) ମଙ୍ଗଳବାର ଡାବୁଗାଁ ର ଖରକି ଆଶ୍ରମ ବିଦ୍ୟାଳୟକୁ ହଠାତ୍ ପରିଦର୍ଶନ କରି କେମିତି ଚାଲିଛି ପାଠପଢା ଓ ମଧ୍ୟାନ୍ନ ଭୋଜନ ଠିକ୍ ଭାବରେ ମିଳୁଛି କି ନାହଁ ଏବଂ ତା ସହିତ ଠିକ୍ ସମୟରେ ଶିକ୍ଷକ ଆସୁଛନ୍ତି କି ନାହିଁ ଛାତ୍ରଛାତ୍ରୀ ମାନଙ୍କ ଠାରୁ ପଚାରି ବୁଝିଥିଲେ ବିଧାୟକ ମନହୋର ରନ୍ଧାରୀ । ସବୁ ଶୁଣିବା ପରେ ଶ୍ରେଣୀ ଗୃହରେ ହାତରେ ଚକ୍ ଓ ଡଷ୍ଟର ଧରି ପିଲାମାନଙ୍କୁ ଗଣିତ ପଢାଇଥିଲେ ବିଧାୟକ । ପାଠ ପଢାଇବା ସହ ପିଲାମାନଙ୍କ ସହିତ ଜ୍ଞାନର ଆଦାନ ପ୍ରଦାନ କରିଥିଲେ । ବିଦ୍ୟାଳୟରେ ପଢାଉଥିବା ଖବର ଚାରିଆଡେ ବ୍ୟାପିଯିବା ଫଳରେ ଏଭଳି କାର୍ୟ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି ।


