ବିଦ୍ୟାଳୟ-ଗଣଶିକ୍ଷା ବିଭାଗ ପକ୍ଷରୁ ଜି-୨୦ ଜନ ଭାଗିଦାରୀ କାର୍ଯ୍ୟକ୍ରମ

ବାଲେଶ୍ୱର, (ସରୋଜ ପଣ୍ଡା):ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶ କ୍ରମେ ସମ୍ପ୍ରତି ବାଲେଶ୍ୱର ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ-୧ରେ ଜି-୨୦ ଜନ ଭାଗିଦାରୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇାଇଛି ।ଏହି କାର୍ଯ୍ୟକ୍ରମରେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ, ନୈତିକ ଶିକ୍ଷା, ପିଲାମାନଙ୍କ ପ୍ରତି ପିତାମାତାର କର୍ତ୍ତବ୍ୟ ଓ ଭୂମିକା ଆଦି ବିଷୟରେ ଆଲୋଚନା କର।।ଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲା ଶିକ୍ଷା ଅଧିକାରୀ ବିଷ୍ଣୁ ଚରଣ ସୂତାର, ଶିକ୍ଷା ସଂଯୋଜିକା ବାଣୀବନ୍ଦନା ନାୟକ, ମିଡ଼ିଆ ସଂଯୋଜକ ନିରଞ୍ଜନ ବିଶ୍ୱାଳ, କେନ୍ଦ୍ରୀୟ ବିଦ୍ୟାଳୟର ଅଧ୍ୟକ୍ଷ ରଘୁନାଥ ପଣ୍ଡା ପ୍ରମୁଖ ଉତ୍ତମ ମୌଳିକ ଶିକ୍ଷାଦାନ ଓ ଏହାର ଆବଶ୍ୟକ ଅନୁକୂଳ ଶୈକ୍ଷିକ ପରିବେଶର ବିଭିନ୍ନ ଦିଗ ଉରେ ଆଲୋକପାତ କରିଥିଲେ । ଏଥିରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକଶିକ୍ଷୟିତ୍ରୀ ଅଂଶ ଗ୍ରହଣ କରିଥିଲେ । ଆସନ୍ତା ୯ ତାରିଖରେ ଜିଲାର ସମସ୍ତ କ୍ଲଷ୍ଟରରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ