ବିଦ୍ୟୁତ୍ କାମ ସଜାଡୁ ଥିବା ବେଳେ ବିଦ୍ୟୁତ୍ କର୍ମଚାରୀ ମୃତ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):ବିଦ୍ୟୁତ୍ ଆଘାତରେ ବିଦ୍ୟୁତ କର୍ମଚାରୀ ମୃତ। ମୃତ ଯୁବକ ହେଲେ ଜିତେନ୍ଦ୍ର ଦାସ ଓରଫ ରବି l ଗୁରୁବାର ବିଳମ୍ବିତ ରାତିରେ ବର୍ଷା ଯୋଗୁଁ ଫୁଲବାଣୀ ପୌର ପରିଷଦରେ ବିଦ୍ୟୁତ୍ ନଥିବା ବେଳେ ବିଦ୍ୟୁତ୍ କାମ କରିବା ପାଇଁ ଫୁଲବାଣୀ ନାରାୟଣୀ ରୋଡ଼ ପାଖରେ ଥିବା ୧୧ କେଭି ଖୁଣ୍ଟରେ ବିଦ୍ୟୁତ୍ କାର୍ଯ୍ୟ କରୁଥିବା ବେଳେ ହଠାତ୍ ଆକସ୍ମିକ ଭାବେ ବିଦ୍ୟୁତ୍ ଚାର୍ଜ ହୋଇଯିବାରୁ ଜିତେନ୍ଦ୍ର ଦାସ୍ ନାମକ ବିଦ୍ୟୁତ୍ ବିଭାଗରେ କାର୍ଯ୍ୟରତ ଥିବା କର୍ମଚାରୀଙ୍କ ଜୀବନ ଚାଲିଗଲା l ଏହି ଘଟଣା ପରେ ଫୁଲବାଣୀ ଟାଉନ୍ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ବ୍ୟକ୍ତିଙ୍କୁ ଉଦ୍ଧାର କରି ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ l କିନ୍ତୁ ବିଦ୍ୟୁତ୍ ବିଭାଗର କୋଣସି ଉପରିସ୍ଥ ଅଧିକାରୀ ଦେଖା ନ ଦେବାରୁ ମୃତ ପରିବାର ଓ ସ୍ଥାନୀୟ ଲୋକଙ୍କ ମନରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଥିଲା l ଅଞ୍ଚଳର ଉତ୍ତ୍ୟକ୍ତ ଲୋକେ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ, ପରିବାରକୁ ଚାକିରୀ, ନିରପେକ୍ଷ ତଦନ୍ତ ଓ ବିହିତ କାର୍ଯ୍ୟାନୁଷ୍ଠାନ ଭଳି ବିଭିନ୍ନ ଦାବିରେ ଫୁଲବାଣୀ ଗାନ୍ଧୀ ଛକ ଠାରେ ରାସ୍ତାରୋକ କରିଥିଲେ । ଦୀର୍ଘ ୪ ଘଣ୍ଟା ରାସ୍ତାରୋକ ପରେ ପୋଲିସ ବୁଝା ଶୁଝା କରିବା ପରେ ରାସ୍ତାରୋକ ହଟିଥିଲା l ମୃତ ବିଦ୍ୟୁତ୍ କର୍ମଚାରୀ ପରିବାରର ଏକ ମାତ୍ର ସନ୍ତାନ ହୋଇଥିବା ବେଳେ ୫ ବର୍ଷ ଓ ୨ ବର୍ଷର ଦୁଇଟି ଝିଅ ଅଛନ୍ତି। ସେ ଅତ୍ୟନ୍ତ ମେଳାପି ଓ କର୍ମନିଷ୍ଠ ହୋଇଥିବାରୁ ସହରରେ ଏହି ଘଟଣାକୁ ନେଇ ଉତ୍ତେଜନା ଲାଗି ରହିଛି। ରାତିରେ ମେଡିକାଲ ପରିସର ଓ ବିଦ୍ୟୁତ୍ ଅଫିସରେ ମଧ୍ୟ ସ୍ଥାନୀୟ ଲୋକ ବିରୋଧ ପ୍ରଦର୍ଶନ କରିଥିଲେ। ବିଭାଗର ଭୁଲ ପାଇଁ ଏକ ଅମୂଲ୍ୟ ଜୀବନ ଚାଲିଗଲା ଏବଂ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଲୋକେ। ଜିଲ୍ଲା ମେଡିକାଲରେ ଶୁକ୍ରବାର ମରଶରୀର ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଛି ବୋଲି ପୁଲିସ କହିଛି। ଘଟଣାର ତଦନ୍ତ ଜାରି ରହିଛି ବୋଲି ଟାଉନ ଥାନା ଅଧିକାରୀ ଅଶୋକ ଗିରି ପ୍ରକାଶ କରିଛନ୍ତି। ଏହି ଘଟଣାକୁ ନେଇ ଟାଟା ପାୱାର ବିରୋଧରେ ସହରରେ ଜନ ଅସନ୍ତୋଷ ଓ ଚାପା ଉତ୍ତେଜନା ଲାଗି ରହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ