ବିଧାୟକଙ୍କ ବଜ୍ରାଘାତରେ ମୃତ ଓ ଆହତକୁ ପରିବାର ସହାୟତା

ପୋଲସରା (ଅନିଲ କୁମାର ମହାରଣା) : ଗତକାଲି ବଜ୍ରାଘାତରେ ପୋଲସରା ବ୍ଲକର ଜଣେ ମୃତ୍ୟୁ ବରଣ କରିଥିବା ବେଳେ ଦୁଇ ଜଣ ଆହତ ହୋଇ ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। ଏହି ଖବର ପାଇ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ପୋଲସରା ମେଡ଼ିକାଲକୁ ଯାଇଥିଲେ। ମୃତ୍ୟୁ ବରଣ କରିଥିବା ପାଣ୍ଡିରିପଡା ଗ୍ରାମର ଦିପକ ଗୌଡ଼ଙ୍କ ପରିବାରଙ୍କୁ ଭେଟି ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ସେହିପରି ବଜ୍ରାଘାତରେ ଆହତ ରୁମାଗଡ଼ର ଜୟନ୍ତୀ ନାୟକ ଓ ପାଣ୍ଡିରିପଡାର କୈଳାଶ ଗୌଡ଼ ଦୁଇ ପରିବାକୁ ମଧ୍ୟ ଆର୍ଥିକ ସହାୟତା ପ୍ରଦାନ କରିବା ସହ ସ୍ୱନ୍ତନା ଦେଇଥିଲେ। ଏଥି ସହ ଡାକ୍ତରଙ୍କ ସହ ଆଲୋଚନା କରି ଆହତ ଦୁଇ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବୁଝିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ