ବିପିନ ବିହାରୀ ଉପ୍ରା ବିଦ୍ୟାଳୟର ୭୫ବର୍ଷ ପୂର୍ତି ଉତ୍ସବ ପ୍ରସ୍ତୁତି

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ନାଉଗାଁ ବ୍ଲକ ଅନ୍ତର୍ଗତ ବିପିନ ବିହାରୀ ଉପ୍ରା ବିଦ୍ୟାଳୟର ୭୫ତମ ପ୍ରତିଷ୍ଠା ଉତ୍ସବ ପାଳନ ପାଇଁ ପୁରାତନ ଛାତ୍ରମାନଙ୍କର ଏକ ପ୍ରସ୍ତୁତି ବୈଠକ ଗୋଠଦା ମଠାଧିଶ ମହନ୍ତ ମହାରାଜ ଚିନ୍ତାମଣୀ ପର୍ବତ ଗୋସ୍ୱାମୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ପୁରାତନ ଛାତ୍ର ତଥା ପୂର୍ବତନ ବିଧାୟକ ଜ୍ୟୋତିଷ ଦାସ, ଇଂ.ଅକ୍ଷୟ ସାହାଣୀ, ବିପିନ ବେହେରା, ପୂର୍ବତନ ପଂଚାୟତ ସମିତି ଅଧ୍ୟକ୍ଷ ଜଗନ୍ନାଥ ଦାସ, ସୁରେଶ ବେହେରା, ସଚ୍ଚିଦାନନ୍ଦ ପରିଡା, ପ୍ରମୋଦ ଦାସ, ଗୁରୁଚରଣ ବିଶ୍ୱାଳ, ବିଷ୍ଣୁ ଦାସ, ରମେଶ ଦାସ ପ୍ରମୋଦ ବେହେରା, ହଡୁ ଦାସ, ବିଭୁଦେନ୍ଦ୍ର ଦାସ, ପ୍ରକାଶ ସ୍ୱାଇଁ, ଭାଗୀରଥି ବେହେରା ପ୍ରମୁଖ ଉପସ୍ଥିତ ରହି ଆଗାମୀ ବଡ ଦିନ ଛୁଟି ଅବସରରେ ଏହି ଉତ୍ସବର ଆୟୋଜନ ନେଇ ଆଲୋଚନା କରିଥିଲେ । ଅଧ୍ୟାପକ ସରୋଜ ନାୟକ ପାରମ୍ଭିକ ସୂଚନା ଦେଇଥିଲେ । ପରବର୍ତି ବୈଠକ ଆସନ୍ତା ଫେବ୍ରୁଆରୀ ୨୬ ତାରିଖ ଦିନ ୩ ଟାରେ ପୂର୍ବତନ ବିଧାୟକ ଶ୍ରୀ ଦାସଙ୍କ ଆବାହକତ୍ୱରେ ଅନୁଷ୍ଠିତ ହେବ ବୋଲି ସ୍ଥିର ହୋଇଛି । ବିଦ୍ୟାଳୟ ପରଲୋକଗତ ଛାତ୍ର ଯୁଧିଷ୍ଟିର ନାୟକ, ଡା.ସିନ୍ଧୁ ମହାନ୍ତି, ଡା.ଅମରେଶ୍ୱର ନାୟକ, ରବି ପରିଜା, ନବକିଶୋର ଦାସ, ସୁବଳ ସ୍ୱାଇଁ, ନାରାୟଣ ନାୟକ, ଦୌଧୁରୀ ଜଟାଧାରୀ ଦାସ, ରବି ଦାସପ୍ରମୁଖଙ୍କ ଅମର ଆତ୍ମାର ସଦ୍‌ଗତି ପାଇଁ ଏକ ଶୋକ ପ୍ରସ୍ତାବ ଆଗତ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ