ଆବାସ ଯୋଜନା ତାଲିକାରେ ଅନିୟମିତତାକୁ ନେଇ ପିଇଓ, ଜିଆରଏସଙ୍କୁ ତାଲା
ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଜମ୍ଭୀରା ପଞ୍ଚାୟତରେ ଆବାସ ଯୋଜନାରେ ବ୍ୟାପକ ଅନିୟମିତତାକୁ ନେଇ ଆଜି ଜମ୍ଭୀରା ପଞ୍ଚାୟତ କାର୍ଯ୍ୟାଳୟରେ ଉତ୍ତେଜନା ପ୍ରକାଶ ପାଇବା ସହ ପଞ୍ଚାୟତର ପିଇଓ ଏବଂ ଜିଆରଏସ କାର୍ଯ୍ୟାଳୟ ଭିତରେ ଥବବାବେଳେ ଙ୍କୁ ତାଲା ପକାଇ ଅଟକ ରଖିଥିଲେ । ଦୁଇଘଣ୍ଟା ପରେ ପୁଲିସ ପହଞ୍ଚି ତାଲା ଖୋଲି ସେମାନଙ୍କୁ ଉଦ୍ଧାର କରିଥିଲା । ଲୋକଙ୍କ ଅଭିଯୋଗ ଅନୁଯାଇ ଏହି ପଞ୍ଚାୟତରେ ୩୩୧ଜଣଙ୍କୁ ବାସଗୃହ ଯୋଗାଇ ଦେବାପାଇଁ ପଞ୍ଚାୟତ ସମ୍ମୁଖରେ ତାଲିକା ମରାଯାଇଛି । ସେଥିମଧ୍ୟରୁ ଜମ୍ଭୀରା ଗ୍ରାମର ୮୦ଜଣ ହିତାଧିକାରୀଙ୍କ ନାମ ସମ୍ଭାବ୍ୟ ତାଲିକାରେ ଅଛି । କିନ୍ତୁ ସେଥିମଧ୍ୟରୁ ୬୦ରୁ ଉର୍ଦ୍ଧ ଲୋକ ଅଯୋଗ୍ୟ ଅଛନ୍ତି । କାହାର ବିରାଟ ବିରାଟ ପକ୍କାଘର ଅଛି ତ ଆଉ କିଏ ପୁର୍ବରୁ ଦୁଇ ତିପୋଟି ଘର ପାଇଛନ୍ତି ସେଇ ମାନଙ୍କ ନାମ ତାଲିକାରେ ରଖାଯାଇଛି । ଏପରିକି ଅମରେନ୍ଦ୍ର ଗିରି ନାମକ ଜଣେ ବ୍ୟକ୍ତିଙ୍କ ନାମ ଦୁଇଥର ତାଲିକାରେ ସ୍ଥାନିତ କରାଯାଇଥିବାବେଳେ ତାଙ୍କ ପତ୍ନୀଙ୍କ ନାମ ମଧ୍ୟ ପୁନର୍ବାର ଉଲେଖ କରାଯାଇଛି । ସେହିପରି କ୍ରମିକ ସଂଖ୍ୟା ୮୩ରେ ଅନୁପମା ସେଠୀଙ୍କ ନାମ ଉଲେଖ କରାଯାଇଥିବାବେଳେ ପୁନର୍ବାର କ୍ରମିକ ସଂଖ୍ୟା ୯୯ରେ ତାଙ୍କ ନାମ ଉଲେଖ କରାଯାଇଛି । କିନ୍ତୁ ବାସ୍ତବରେ ଭଙ୍ଗା ଚାଳଘରେ ବସବାସ କରୁତବବା ଲୋକଙ୍କ ନାମକୁ ଜାଣି ଶୁଣି କାଟି ଦିଆଯାଇଛି ବୋଲି ଅଭିଯୋଗ କରି ଆଜି ମହିଳା ମାନେ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ହୋହଲ୍ଲା କରିବା ସହିତ କାର୍ଯ୍ୟାଳୟରେ ତାଲା ପକାଇଦେଇଥିଲେ । ସେତେବେଳେ ପଞ୍ଚାୟତର ପିିଇଓ ନାରାୟଣ ଜେନା, ଜିଆରଏସ ପ୍ରମିଳା ଗିରି ପ୍ରମୁଖ କାର୍ଯ୍ୟାଳୟ ଭିତରେ ଥିଲେ । ଏପରିକି ମହିଳାମାନେ ତାଲା ପକାଇ ଘରକୁ ପଳାଇବାରୁ ଏହି କର୍ମଚାରୀ ଦୁଇଜଣ ନାନା ଅସୁବିଧା ଭୋଗ କରିଥିଲେ । ଖବରପାଇ ସୋସୋ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତାଲା ଖୋଲି ସେମାନଙ୍କୁ ଉଦ୍ଧାର କରିଥିଲା ।


