ଲୁହାକାନୀରେ ଇଦ୍ ପର୍ବ ପାଳିତ

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :-ଆଜି ସାରା ଭାରତ ବର୍ଷର ମୁସଲମାନ ସମ୍ପ୍ରଦାୟର ଇଦ୍ ପର୍ବ ପାଳନ ହେଉଥିବା ବେଳେ ମୟୂରଭଞ୍ଜ ଜିଲ୍ଲା ବିଶୋଇ ବ୍ଲକ ର ଲୁହାକାନୀ ଠାରେ ମଧ୍ୟ ଚିର ଚରିତ ଭାବେ ମୁସଲିମ ରୀତି ନୀତି ରେ ପାଳନ ହୋଇଛି ଇଦ୍ ପର୍ବ। ପୁରାତନ ଯୁଗରୁ ଚାଲି ଆସିଥିବା ଏହି ପାରମ୍ପରିକ ପର୍ବ ଦୀର୍ଘ ଏକ ମାସ ଧରି ନିର୍ଜଳା ଉପବାସ କରି ସର୍ବ ଶେଷରେ ଚଳିତ ମାସ ର ନୂଆଁ ଜହ୍ନ ର ଦର୍ଶନ କରିବା ପରେ ଉପାସନା କୁ ସମ୍ପୁର୍ଣ୍ଣ କରିଥାନ୍ତି । ଏବଂ ନୂଆ ଜହ୍ନ ଦର୍ଶନ କରିବା ପରେ ଆଜି ହସଖୁସିରେ ଲୁହାକାନୀ ର ସମସ୍ତ ମୁସଲିମ ସମ୍ପ୍ରଦାୟର ଭାଇ ଓ ଭଉଣୀ ମାନେ ଇଦ୍ ପର୍ବ ପାଳନ କରିଛନ୍ତି। ସୂଚନା ମୁତାବକ ଏହି ପର୍ବ ରେ ମସଜିଦ କିମ୍ବା ଇଦଗାରେ ଦୁଇ ରେକାତ୍ ବିଶିଷ୍ଟ ଓ୍ଵାଜିବ୍ ନାମାଜ ଏକ ମୋଲବି ଙ୍କ ପରିଚାଳିତ କ୍ରମେ ପଢାଯାଏ । ଏବଂ ନାମାଜ ପରେ ସମସ୍ତେ ପରସ୍ପରକୁ ଆଲିଙ୍ଗନ କରି କାନ୍ଧ ମିଳାଇ ଇଦ୍ ପର୍ବ ର ମୁବାରକ୍ ବାଦ୍ ଦେଇଥାନ୍ତି। ପୂର୍ବରୁ ଥିବା ରାଗ,କପଟ, ଶତ୍ରୁତା ଆଦିକୁ ଭୁଲି ପୁନଃ ଏକ ସୁସମ୍ପର୍କ ରେ ପରସ୍ପର କୁ ବାନ୍ଧି ନୂତନ ନୂତନ ଜୀବନ ର ଭାଇଚାରା ଆରମ୍ଭ କରିଥାନ୍ତି। ଯାହା କି ଉକ୍ତ ପର୍ବ ର ଓ ମୁସଲିମ ସମ୍ପ୍ରଦାୟର ମୋର୍ଜଦା କୁ ବଢ଼ାଇ ଥାଏ। ଏହି ସବୁ ରୀତିନୀତି ପାଳନ ପରେ ଗ୍ରାମର ସମସ୍ତ ମୁସଲିମ ସମ୍ପ୍ରଦାୟର ଭାଇ ମାନେ ଉଲ୍ଲାସ ମନରେ ମସଜିଦ ରୁ ଘରକୁ ଫେରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ