ବିପ୍ଲବୀ ଆନନ୍ଦ ଚନ୍ଦ୍ର ଜେନା ସ୍ମୃତି କମିଟି ତରଫରୁ ବକ୍ତୃତାମାଳା

କେନ୍ଦ୍ରାପଡା – କାକଟ ମଙ୍ଗଳା ସ୍କୁଲ ପ୍ରାଙ୍ଗଣରେ ସ୍ୱାଧୀନତା ସଂଗ୍ରାମରେ ବିପ୍ଳବୀ ଆନନ୍ଦ ଚନ୍ଦ୍ରଙ୍କ ଭୂମିକା ଉପରେ ସ୍କୁଲ ଏବଂ କଲେଜ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିପ୍ଲବୀ ଆନନ୍ଦ ଚନ୍ଦ୍ର ଜେନା ସ୍ମୃତି କମିଟି ପକ୍ଷରୁ ଏକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତା କାକଟ ମଙ୍ଗଳା ସ୍କୁଲର ପ୍ରଧାନ ଶିକ୍ଷକ ଶରତ ଚନ୍ଦ୍ର ରାଉତଙ୍କ ଆବାହକତ୍ୱରେ ଆରମ୍ଭ ହୋଇଥିଲା । ଏଥିରେ ୩ ଭାଗରେ ଛାତ୍ର ଛାତ୍ରୀ ମାନଙ୍କୁ ବିଭକ୍ତ କରାଯାଇ କଲେଜକୁ ସିନିୟର, ୮ମରୁ ୧୦ ସ୍କୁଲ ଶ୍ରେଣୀ ମଧ୍ୟରେ ଜୁନିୟର ଏବଂ ୪ର୍ଥରୁ ୭ମ ଶ୍ରେଣୀ ମଧ୍ୟରେ ସବ ଜୁନିୟର ବିଭାଗ ଗଠନ ହୋଇ ବକ୍ତୃତାମାଳା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତାରେ ବିଚାରପତି ଭାବେ ବରିଷ୍ଠ ଆଇନଜୀବୀ ପ୍ରଦୀପ କୁମାର ଦାଶ, ରମଣୀ ରଂଜନ ରାଉ୍‌ତରାୟ, ପ୍ରଧାନ ଶିକ୍ଷୟତ୍ରୀ ସ୍ୱର୍ଣ୍ଣଲତା ସ୍ୱାଇଁ, ହରେକୃଷ୍ଣ ମହାପାତ୍ର, ଶୁଭାଂଶୁ କୁମାର ଦାସ ଉପସ୍ଥିତ ଥିଲେ ।

ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ସରକାରୀ ଆଇନଜୀବୀ ସଂଜୟ କୁମାର ଜେନା, ଆଇନଜୀବୀ ଶେଷଦେବ ଦାଶ, ଅମରବର ବିଶ୍ୱାଳ, ସତ୍ୟବ୍ରତ ସିଂହ, ଧିରେନ୍ଦ୍ର କୁମାର ଦାସ, କିଶୋର ଚନ୍ଦ୍ର ପ୍ରଧାନ, ବିନି ଖଟୁଆ ପ୍ରମୁଖ । ଏହି ପ୍ରତିଯୋଗିତାର କୃତ୍ତି ପ୍ରତିଯୋଗୀମାନଙ୍କୁ ଆସନ୍ତା ୨୭ତାରିଖ ସୋମବାର ବିପ୍ଳବୀ ଆନନ୍ଦ ଚନ୍ଦ୍ର ଜେନାଙ୍କ ୭୪ତମ ତିରୋଧାନ ଦିବସ ଅବସରରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ଆନନ୍ଦ ମାର୍ଗ ଠାରେ ଦିବା ୧୦ଘଟିକା ସମୟରେ ପୁରସ୍କୃତ କରାଯିବ ବୋଲି ସ୍ମୃତି କମିଟି ପକ୍ଷରୁ ସୂଚନା ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ