ଲିଟିଲ୍ ସ୍କୁଇରାଲ୍ ପବ୍ଲିକ୍ ସ୍କୁଲର ବାର୍ଷିକ ଉତ୍ସବ

ବନ୍ତ,(ଯୁଗାବ୍ଦ ନ୍ୟୁଜ୍‌) : ବନ୍ତସ୍ଥିତ ଲିଟିଲ୍ ସ୍କୁଇରାଲ୍ ପବ୍ଲିକ୍ ସ୍କୁଲର ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ସମରେନ୍ଦ୍ର ବିଶ୍ୱାଳଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଧାୟକ ପ୍ରଫୁଲ୍ଲ ସାମଲ, ମୁଖ୍ୟ ବକ୍ତା ଭାବେ ଅଧ୍ୟାପକ ଡଃ.ସୁଧାଂଶୁ ଶେଖର ନାୟକ, ସମ୍ମାନୀତ ଅତିଥି ଭାବେ ବିଡିଓ ରେବେକା ବିଲୁଙ୍ଗ, ଅବସରପ୍ରାପ୍ତ ଶିକ୍ଷକ ମାୟାଧର ପାତ୍ର, ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ଅଲେଖ ଚନ୍ଦ୍ର ନାୟକ, ଅବସରପ୍ରାପ୍ତ ରାଜସ୍ୱ ନୀରିକ୍ଷକ ଶରତ ଚନ୍ଦ୍ର ରାଉତ, ବିଦ୍ୟାଳୟର ନିର୍ଦ୍ଦେଶକ ଡାକ୍ତର ସୁରେନ୍ଦ୍ର କୁମାର ବିଶ୍ୱାଳ, ଯୁଗ୍ମ ନିର୍ଦ୍ଦେଶିକା ମାନିନୀ ବିଶ୍ୱାଳ, ଇଂରାଜୀ ଅଧ୍ୟାପକ ସଞ୍ଜୟ କୁମାର ମଜୁମଦାର ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ପୂର୍ବରୁ ଅନୁଷ୍ଠିତ ଛାତ୍ରଛାତ୍ରୀ ଓ ପିତାମାତାଙ୍କ କ୍ରୀଡା ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷୟିତ୍ରୀ ସୁମିତା ନାୟକ, ସ୍ନିଗ୍ଧାରାଣୀ ଜେନା, ଋତୁପର୍ଣ୍ଣା ମହାନ୍ତି, ମନୀଷା ନାୟକ, ପ୍ରଣତି ସାହୁ, ଉମାରାଣୀ ବିଶ୍ୱାଳ, ସଂଯୋଜକ ରତିକାନ୍ତ ଜେନା, ରବିନ୍ଦ୍ର ବିଶ୍ୱାଳ ସହାୟତା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ