ବିଭିନ୍ନ ଭିତ୍ତିଭୂମି ତଦାରଖକଲେ ଜିଲ୍ଲାପାଳ 

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲାର ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରିଚାଳନାର ବିଭିନ୍ନ ଭିତ୍ତିଭୂମି ତଦାରଖ କରିବା ପାଇଁ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ନିର୍ବାଚନ ସାମଗ୍ରୀ ବିତରଣ କେନ୍ଦ୍ର ଓ ଷ୍ଟ୍ରଙ୍ଗରୁମ ପରିଦର୍ଶନ କରିଛନ୍ତି l ଜିଲ୍ଲାପାଳ ମୋହନା ବ୍ଲକ ଓ ପଞ୍ଚାୟତ ନିର୍ବାଚନ ପରିଚାଳନା ପାଇଁ ନିୟୋଜିତ ପୋଲିଙ୍ଗ ପାର୍ଟି ଦ୍ୱାରା ଗ୍ରହଣ କରିବାକୁ ଥିବା ନିର୍ବାଚନ ସାମଗ୍ରୀ ବିତରଣ କେନ୍ଦ୍ର ଓ ଷ୍ଟ୍ରଙ୍ଗରୁମ ଗୁଡ଼ିକର ନିରାପତ୍ତା ସଂମ୍ପର୍କରେ ଯାଞ୍ଚ କରିଥିଲେ l ମୋହନା ବ୍ଲକର ପ୍ରଥମ ପର୍ଯାୟ ୧୬ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ l ଏଣୁ ସାମଗ୍ରୀ ବିତରଣ କେନ୍ଦ୍ରଗୁଡିକରେ ବିଭିନ୍ନ କାଉଣ୍ଟର ଖୋଲାଯାଇ ଆନୁସାଙ୍ଗିକ ସାମଗ୍ରୀଗୁଡିକ ଶାନ୍ତିଶୃଙ୍ଖଳାର ସହିତ  ବିତରଣ କରାଯିବା ଉପରେ ଜିଲ୍ଲାପାଳ ଗୁରୁତ୍ୱରୋପ କରିଥିଲେ l  କେନ୍ଦ୍ରଗୁଡିକରେ ପାନୀୟ ଜଳ ଯୋଗାଣ ଓ  ନିରବଛିନ୍ନ  ବିଦ୍ୟୁତ ସେବା ଉପଲବ୍ଧ କରାଇବାକୁ ପରାମର୍ଶ ଦେଇଥିଲେ l ଭୋଟ ବାକ୍ସ ଗୁଡାକୁ ସୁରକ୍ଷିତ ରଖିବା ପାଇଁ ପ୍ରସ୍ତୁତ ହୋଇଥିବା ଷ୍ଟ୍ରଙ୍ଗରୁମଗୁଡିକର ସୁରକ୍ଷା ବ୍ୟବସ୍ଥା କଡାକଡି କରିବାକୁ ପରାମର୍ଶ ଦେଇଥିଲେ l ଏହି ପରିଦର୍ଶନ ସମୟରେ  ପିଡି ଡିଆରଡିଏ  ଅନାମ ଚରଣ ପାତ୍ର, ମୋହନା ବ୍ଲକ ବିଡ଼ିଓ ତପସ୍ୱନୀ ହାଁସଦା, ତହସିଲଦାର କିଶୋର ଚନ୍ଦ୍ର ଦାସ  ପ୍ରମୁଖଙ୍କ ସହ  ସମସ୍ତ ବିଭାଗୀୟ କର୍ମଚାରୀମାନେ ଉପସ୍ଥିତ ଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ