ବିଭିନ୍ନ ଶୈବ ପୀଠରେ ମହାଶିବରାତ୍ରି ପାଳିତ
ଜଗତସିଂହପୁର, (ଅନସୂୟା ରାଉତ):ଜଗତସିଂହପୁର ଜିଲ୍ଲାର ବିଭିନ୍ନ ଶୈବପୀଠରେ କୋଭିଡ୍ କଟକଣା ମଧ୍ୟରେ ମହାଶିବରାତ୍ରି ପାଳିତ ହୋଇଅଛି। ସ୍ଥାନୀୟ ହାଟବଜାର ସ୍ଥିତ ସୋମନାଥ ମନ୍ଦିର, ଅରଲୋ ବାଙ୍କେଶ୍ବର, କୃଷ୍ଣଦାସପୁରର ବାଲୁଙ୍କେଶ୍ଵର, ସାହାଡା ସିଙ୍ଗିରି ସ୍ଥିତ ସୋବନେ ଶ୍ବର ମହାଦେବ ମନ୍ଦିର, ଜେନାମଣି ଲକ୍ଷେଶ୍ବର, କରମଙ୍ଗ କାମେଶ୍ବର, ମୁଳୁଗାଁ ସ୍ଥିତ ମୁକ୍ତେଶ୍ଵର, ମହାଦେବ ବ୍ରହ୍ମପୁର ସ୍ଥିତ ବ୍ରହ୍ମେଶ୍ବର ଆଦି ଶୈବ ପୀଠରେ ଯାଗ ଯଜ୍ଞ ,ନାମସକୀର୍ତ୍ତନ ସହିତ ମହାଶିବରାତ୍ରି ପାଳନ କରାଯାଇଛି।


