ପେଟ୍ରୋଲ ଓ ଡ଼ିଜେଲ ପମ୍ପ କର୍ମଚାରୀ ସଂଘ ତରଫରୁ ତୈଳ କମ୍ପାନୀ ଅଫିସ ଘେରାଉ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ବିଭିନ୍ନ ଦାବି ନେଇ ଓଡ଼ିଶା ପେଟ୍ରୋଲ ଏବଂ ଡ଼୍‌ିଜେଲ ପମ୍ପ କର୍ମଚାରୀ ସଂଘ ତରଫରୁ ସହିଦନଗରସ୍ଥିତ ଆଲୋକ ଭାରତୀ ଟାୱାରରେ ଅବସ୍ଥିତ ପେଟ୍ରୋଲ ଓ ଡ଼ିଜେଲ କମ୍ପାନୀକୁ ଘେରାଉ କଯାଇଥିଲା । ଏଥିରେ ଦବିସମୂହ ଥିଲା ସମସ୍ତ କର୍ମଚାରୀଙ୍କର ଦରମା ବୃଦ୍ଧି କରିବା, କେତେକ ପେଟ୍ରୋଲ ପମ୍ପ କର୍ମଚାରୀମାନଙ୍କ ପ୍ରୋଭିଡ଼େଣ୍ଟ ଫଣ୍ଡ ଓ ଇଏସ୍‌ଆଇ ଲାଗୁ କରିବା, ସମସ୍ତ କର୍ମଚାରୀଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ କରିବା, ପେଟ୍ରୋଲ, ଡ଼ିଜେଲ ଓ ରନ୍ଧନ ଗ୍ୟାସର ଦରବୃଦ୍ଧି ବନ୍ଦ କରିବା, କର୍ମଚାରୀ ଛଟେଇ ବନ୍ଦ କରିବା, ମହଙ୍ଗାଭତ୍ତା ପ୍ରଦାନ କରିବା, ତୈଳ କମ୍ପାନୀମାନଙ୍କ ଦ୍ୱାରା ପ୍ରଦତ୍ତ ସମସ୍ତ ସୁବିଧା ସୁଯୋଗ କର୍ମଚାରୀମାନଙ୍କୁ ଯୋଗାଇ ଦେବା, ବର୍ଷକୁ ଦୁଇହଳ ପୋଷାକ ଓ ଜୋତା ଯୋଗାଇଦେବ. ତତସହିତ ସିଟି ଆଲାଉନ୍ସ ପ୍ରଦାନ କରିବା ଦାବିରେ କର୍ମଚାରୀ ସଂଘର ସଭାପତି ସୁରେଶ ଚନ୍ଦ୍ର ରାଉତରାୟଙ୍କ ନେତୃତ୍ୱରେ ସହିଦ ନଗର ଟ୍ରାଫିକ ଛକରୁ ଏକ ଶୋଭାଯାତ୍ରା ବାହାରି ତୈଳ କମ୍ପାନୀ ଏଚ୍‌ପିସିଏଲ, ବିପିସିଏଲ୍ ଅଫିସକୁ ଘେରାଉ କରିଥିଲେ ଏବଂ ଏକ ଦାବିପତ୍ର ତୈଳ କମ୍ପାନୀର କ୍ଷତ୍ରୀୟ ଅଧିକାରୀଙ୍କୁ ପ୍ରଦାନ କରିଥିଲେ । ଦାବିଗୁଡ଼ିକ ପୂରଣ କରିବା କ୍ଷେତ୍ରରେ କାର୍ଯ୍ୟ କରିବା ପାଇଁ ଆଲୋଚନା କରିଥିଲେ । ଆଇଓସିଏଲ୍ କମ୍ପାନୀକୁ ସ୍ୱତନ୍ତ୍ର ଭାବରେ ଘେରାଉ କରାଯାଇ ଦାବିପତ୍ର ପ୍ରଦାନ କରିବା ପାଇଁ କର୍ମଚାରୀ ନେତାମାନେ ନିଷ୍ପତ୍ତି ନେଇଛନ୍ତି । କର୍ମଚାରୀମାନେ କୋଭିଡ଼ ସମୟରେ କାର୍ଯ୍ୟ କରିଥିଲେ ମଧ୍ୟ ସେମାନଙ୍କ ପାଇଁ କୌଣସି ପ୍ରକାର କରୋନା ସହାୟତା ତୈଳ କମ୍ପାନୀମାନେ ପ୍ରଦାନ କରିନାହାଁନ୍ତି । ହଜାର ହଜାର କୋଟି ଟଙ୍କା ଲାଭ କରୁଥିଲେ ମଧ୍ୟ କର୍ମଚାରୀମାନଙ୍କୁ କୌଣସି ପ୍ରକାର ସହାୟତା ପ୍ରଦାନ କରିବା ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ । ଯାହାକି କର୍ମଚାରୀ ନେତାମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଯେଉଁ କର୍ମଚାରୀମାନଙ୍କ ପାଇଁ ତୈଳ କମ୍ପାନୀମାନେ ଲାଭବାନ ହେଉଛନ୍ତି, ସେମାନଙ୍କ ପରିବାର ପ୍ରତିପୋଷଣ କରିବା ଏବଂ ପିଲାମାନଙ୍କୁ ପାଠ ପଢାଇବା ପାଇଁ କର୍ମଚାରୀ ନେତାମାନେ ବହୁ ହଇରାଣ ହରତକ ହେଉଛନ୍ତି । ଏଣୁ ଏ କ୍ଷେତ୍ରରେ ତୈଳ କମ୍ପାନୀମାନେ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ କର୍ମଚାରୀ ନେତାମାନେ ଦାବି କରିଛନ୍ତି । ଏହି ଶୋଭାଯାତ୍ରାରେ ଶଙ୍କର ମାଝୀ, ପବିତ୍ର ଛାଟୋଇ, ଆର୍ତ୍ତବନ୍ଧୁ ସ୍ୱାଇଁ, ଜିତୁ ମହାପାତ୍ର, ବାସୁଦେବ ସାହୁ, ବିଜୟ ଦାସ, ଜ୍ୟୋତି ମହାପାତ୍ର ପ୍ରମୁଖ ନେତୃତ୍ୱ ନେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ