ବିଭିନ୍ନ ସଂଗଠନ ପକ୍ଷରୁ ଭାରତର ସମ୍ବିଧାନ ପ୍ରଣେତା ବାବା ସାହେବ ଆମ୍ବେଦକରଙ୍କ ଜୟନ୍ତି ପାଳିତ
ଛତ୍ରପୁର, (ଦେବଦତ୍ତ ମହାରଣା) :ଭାରତ ସମ୍ବିଧାନର ପ୍ରଣେତା ବାବା ସାହେବ ଡଃ ଭୀମରାଓ ଆମ୍ବେଦକରଙ୍କ ୧୩୧ ତମ ଜୟନ୍ତୀ ବାମସେଫ୍ ଭାରତ ମୁକ୍ତି ମୋର୍ଚ୍ଚା, ଭାରତୀୟ ବିଦ୍ୟାର୍ଥୀ ମୋର୍ଚ୍ଚା ଏବଂ ଏ. ଆଇ. ବି. ଟି ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଏକ ବାଇକ ଶୋଭାଯାତ୍ରା ପୁରୁଷୋତ୍ତମପୁର ଠାରୁ ଆରମ୍ଭ କରି ଆଖପାଖ ଅଂଚଳ ଦେଇ ଛତ୍ରପୁର ଲୋୟାର ବସଷ୍ଟାଣ୍ଡ ଠାରେ ପହଂଚିଥିଲା । ସେଠାରେ ବାବା ସାହେବ ଆମ୍ବେଦକରଙ୍କ ସ୍ମୃତି ଚାରଣା କରାଯିବା ସହ ଏହି ସଂଗଠନ ପକ୍ଷରୁ ଶ୍ରମିକ ଓ ଦଳିତ ମାନଙ୍କ ହିତ ନିମନ୍ତେ ୧୧ ଦଫା ଦାବି ସଂପର୍କରେ ସଚେତନତା କରାଯାଇଥିଲା । ଏଥିରେ ଆଇନଜିବୀ ସୁମା ଦାସଙ୍କ ସମେତ ବହୁ ସଂଗଠନର ନେତା ଓ କର୍ମୀ ମାନେ ଉପସ୍ଥିତ ଥିଲେ ।


