ପରିବା ମାର୍କେଟ ଠାରେ ଅଗ୍ନିଶ୍ରମ ବିଭାଗ ପକ୍ଷରୁ ମକଡ୍ରିଲ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ଛତ୍ରପୁର, (ଦେବଦତ୍ତ ମହାରଣା) :-ଆଜି ଠାରୁ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଅଗ୍ନିଶ୍ରମ ସେବା ସପ୍ତାହ ପାଳନ ଅବସରରେ ଛତ୍ରପୁର ଅଗ୍ନିଶ୍ରମ କାର୍ଯ୍ୟାଳୟ ପକ୍ଷରୁ ସ୍ଥାନୀୟ ପରିବା ମାର୍କେଟ ପରିସରରେ ହଠାତ୍ ନିଆଁ ଲାଗିଲେ କେମିତି ସଥିରୁ ନିଜକୁ ରକ୍ଷା କରିବା, ଉଚ୍ଚ ସ୍ଥାନରେ ଥିବା ବ୍ୟକ୍ତିଙ୍କୁ କିପରି ରକ୍ଷା କରିବା, ଗ୍ୟାସ ରେ ଲାଗିଥିବା ନିଆଁକୁ କିପରି ଆୟତ୍ତ କରିବା ଆଦି ସଂପର୍କରେ ଲୋକଙ୍କୁ ସଚେତନ କରାଯିବା ସହିତ ଅଗ୍ନିଶ୍ରମ କର୍ମଚାରୀ ମାନେ ମକଡ୍ରିଲ କରିଥିଲେ । ଏହା ସହ ଆସିଷ୍ଟାଣ୍ଡ ଫାୟାର ଅଫିସର ବିଶ୍ୱନାଥ ମହାନ୍ତିଙ୍କ ନେତୃତ୍ୱରେ ବହୁ ଅଗ୍ନିଶ୍ରମ ବିଭାଗର କର୍ମଚାରୀ ମାନେ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରି ଲୋକଙ୍କୁ ସଚେତନ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଆଗ୍ନିକ ଅଭିରାମ ନାୟକ, ପ୍ରଭାକର ଜେନା, ଡ୍ରାଇଭର ହାବିଲଦାର ରାକେଶ ମାନସିଂ, ଚନ୍ଦ୍ର ଶେଖର ସାମନ୍ତରାୟ, ଫାୟାର ମ୍ୟାନ ଜଗନ୍ନାଥ ଦାସ, ଦୀପକ କୁମାର ସାହୁ, ନିରଞ୍ଜନ ବେହେରା, ମନୋଜ ଭୋଇ, ସେଖ ବସୁରିଦ୍ଦିନ, ତପନ କୁମାର ବେହେରା, ଦିପୁ ନନ୍ଦ ମଲ୍ଲିକ, ପ୍ରକାଶ କୁମାର ପ୍ରଧାନ ଓ କିଶୋର ମାଝିଙ୍କ ସମେତ ବହୁ କର୍ମଚାରୀ ମାନେ ସାମିଲ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ