ବିରୁଷ୍କାଙ୍କ ସଫରରେ ନୂଆ ସାଥୀ
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି ଏବେ ଭୁଟାନରେ ଛୁଟି କାଟୁଛନ୍ତି । ଦୁହିଁଙ୍କୁ ବୁଲାବୁଲି କରିବା ସମୟର କିଛି ଫଟୋ ଏବଂ ଭିଡ଼ିଓ ମଧ୍ୟ ଶେଆର କରିବାର ଦେଖିବାକୁ ମିଳିଛି । ନିକଟରେ ଅନୁଷ୍କା ଭୁଟାନରୁ ବିରାଟଙ୍କ ଜନ୍ମଦିନ ଦିନ ପୂଜା କରୁଥିବାର କିଛି ଫଟୋ ଶେଆର କରିଥିବା ବେଳେ ଗତ କାଲି ମଧ୍ୟ ସେ କିଛି ଫଟୋ ଶେଆର କରିଛନ୍ତି । ଏହି ଫଟୋରେ ଅନୁଷ୍କା କୋଳରେ କୁକୁରକୁ ଧରି ବସିବାର ଦେଖିବାକୁ ମିଳିଛି । କେବଳ ଅନୁଷ୍କା ନୁହନ୍ତି ବିରାଟ ମଧ୍ୟ କୁକୁରକୁ ଧରି ମଜାମସ୍ତି କରିବାର ଦେଖିବାକୁ ମିଳିଛି । ଏହି ଫଟୋରେ ଫ୍ୟାନମନେ ତାଙ୍କୁ ଭୁଟାନର ନୂଆ ସାଥୀ ମିଳିଯାଇଥିବା କହିଛନ୍ତି । ସୂଚନା ଅନୁଯାୟୀ, ଗତ କିଛିଦିନ ପୂର୍ବରୁ ଅନୁଷ୍କା ଏବଂ ବିରାଟ ଦୁହିଁଙ୍କୁ ଭୁଟାନର ଏକ ପରିବାର ସହ ଫଟୋ ଶେଆର କରିବାର ଦେଖିବାକୁ ମିଳିଥିଲା । ଏହି ପରିବାର ଲୋକେ ବିରାଟ ଅନୁଷ୍କାଙ୍କ ପରିଚୟ ନଜାଣି ଅତି ଆଦରର ସହ ଅତିଥି ଚର୍ଚ୍ଚା କରିବାର ଦେଖିବାକୁ ମିଳିଥିଲା ।


