ବିଲୁପ୍ତ ହେଉଛି ବିରଳ ଲାଲ୍‌ ରଙ୍ଗର ସେଓ

ସମ୍ପ୍ରତି ଜଳବାୟୁ ପରିବର୍ତ୍ତନ କାରଣ ପୃଥିବୀ ପୃଷ୍ଠରୁ କେତେକ ଜୀବଜନ୍ତୁ ବିଲୁପ୍ତପ୍ରାୟ ହେବାକୁ ବସିଛନ୍ତି। ଏମିତିକି ଏଥିରୁ ବାଦ୍ ପଡ଼ିନି ଉଦ୍ଭିଦ ଜଗତ। ଏହାର ଏକ ଜ୍ବଳନ୍ତ ଉଦାହରଣ ହେଉଛି ଲାଲ୍‌ରଙ୍ଗର ସେଓ। ସାଧାରଣତଃ ବଜାରରେ ଲାଲ୍‌ରଙ୍ଗର ସେଓ ଅଧିକ ମାତ୍ରାରେ ଦେଖିବାକୁ ମିଳିଥାଏ। ମାତ୍ର ଏବେ ଆଉ ଏହି ସେଓ ଦେଖିବାକୁ ମିଳିବନି। ଏଥିପାଇଁ ପରିବର୍ତ୍ତିତ ଜଳବାୟୁ ହିଁ ଦାୟୀ ବୋଲି ବୈଜ୍ଞାନିକମାନେ କହୁଛନ୍ତି। ଆଜିକାଲି ବଜାରରେ ଯେଉଁ ସେଓ ଦେଖିବାକୁ ମିଳୁଛି ଏହା ମଧ୍ୟ ଏସିଆର କାଜାକିସ୍ତାନର ପାହାଡ଼ିଆ ଅଞ୍ଚଳରେ ଚାଷ ହୋଇଥାଏ। କାଜାକିସ୍ତାନ ଏହାକୁ ଚାଇନାର ପାହାଡ଼ ସୀମାରୁ ଆଣି ଲଗାଇଥାଏ। କିନ୍ତୁ ଜଙ୍ଗଲରୁ ଲାଲ୍‌ରଙ୍ଗର ସେଓ ଉଭାନ ହେବାକୁ ବସିଛି। ପ୍ରାୟ ୯୦ ପ୍ରତିଶତ ଲାଲ୍‌ରଙ୍ଗର ସେଓ ଲୋପ ପାଇଗଲାଣି। ଏବେ ନୂଆ ନୂଆ କିସମର ସେଓ ଚାରା ଲଗାଯାଉଛି। ଫଳରେ ଲାଲରଙ୍ଗର ସେଓ ମୂଳପୋଛ ହେବାକୁ ବସିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ