ବିଶୋଇ ଥାନା ଅଂଚଳରେ ସୋଲାର ଲାଇଟ୍ ବ୍ଯାଟାରୀ ଚୋର ସକ୍ରିୟ
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ):ବିଶୋଇ ଥାନା ଅନ୍ତର୍ଗତ ଲୁହାକାନୀ ପଂଚାୟତ ଓ ଗ୍ରାମର ମୁଖ୍ୟ ରାସ୍ତା କଡରୁ ଏକ ସଲାର ଲାଇଟ୍ ଓ ବ୍ଯାଟାରୀ ସେଟ ଚୋରି ହୋଇଯାଇଥିବା ସୂଚନା ମିଳିଛି। ଗତ ଶନିବାର ବିଳମ୍ବିତ ରାତି ରେ ବିଶୋଇ-ରାଇରଙ୍ଗପୁର ମୁଖ୍ୟ ରାସ୍ତା କଡରେ ଥିବା ଲୁହାକାନୀ ଗ୍ରାମ ବସଷ୍ଟପରୁ ସଲାର ଲାଇଟ୍ ବ୍ଯାଟାରୀ ଚୋରି ହୋଇଥିବା ରବିବାର ସକାଳେ ଗ୍ରାମବାସୀ ମାନେ ଜାଣିବାକୁ ପାଇଥିଲେ। ସରକାରୀ ଯୋଜନାରେ ଏକ ଘୋରଇ ସଂସ୍ଥା ମାଧ୍ୟମରେ ସ୍ଥାପନ କରାଯାଇଥିଲା। ସଲାର ଲାଇଟ୍ ସେଟଟି ପ୍ରାୟ ୧ବର୍ଷ ଧରି ସୂଚାରୁ ରୂପେ କାମ କରୁଥିଲା ।ଉଲ୍ଲେଖନୀୟ ଯେ ସଲାର ଲାଇଟ୍ ବ୍ଯାଟାରୀ ସେଟ ର ସୁରକ୍ଷା ପାଇଁ ଗ୍ରାମବାସୀ ମାନେ ନିଜସ୍ୱ ଖର୍ଚ୍ଚ ର ଉଦ୍ଯମରେ ଏକ ଲୁହାର ଫ୍ରେମ ତିଆରି କରିଥିଲେ। କେତେଜଣ ଅଜଣା ଦୁବୁତ୍ତ ବ୍ଯାଟାରୀ ସେଟର ଲୁହା ଫ୍ରେମ କାଟି ସଂପୂର୍ଣ୍ଣ ସେଟଠିକୁ ଚୋରି କରି ନେଇଯାଇଥିବାରୁ ଏବେ ଗ୍ରାମର ସେହି ମୁଖ୍ୟ ବସରହଣୀ ସ୍ଥାନଟି ଅନ୍ଧକାରରେ ରହିଥିବା ଖବର ମିଳିଛି। ଏହି ବ୍ଯାଟାରୀ ସେଟ ଚୋରି ସଂମ୍ପକରେ ଲୁହାକାନୀ ପଂଚାୟତ ୱାର୍ଡ ସଭ୍ଯ ଭୁବନ କୁମାର ବେହେରା ବିଶୋଇ ଥାନାରେ ଆଜି ଏକ ଏତଲା ଦାଏର କରି ଚୋରକୁ ଧରିବା ସହ ବ୍ଯାଟାରୀ ସେଟ କୁ ଉଦ୍ଧାର କରିବା ପାଇଁ ନିବେଦନ କରିଥିବା ଜଣାପଡିଛି। ବିଶୋଇ ଥାନାଧିକାରୀ ଫଣୀଦ୍ର ଭୂଷଣ ନାଏକ ଏ ଚୋରି ଘଟଣାରେ ଏକ ମାମଲା ରୁଜୁ କରି ସଂମ୍ପୃକ୍ତ ଦୁବୁତ୍ତ କୁ ଧରିବା ସହ ବ୍ଯାଟାରୀ ସେଟ ସନ୍ଧାନ ପାଇଁ ଉଦ୍ୟମ ଜାରି ରଖିଥିବା ପ୍ରକାଶ କରିଛନ୍ତି ।


