ସ୍କୁଟିକୁ ଚାପିଲା ଟ୍ରଲର;୩ ମୃତ
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ):ମୟୂରଭଂଜ ଜିଲ୍ଲାର ଜାତୀୟ ରାଜପଥ ୪୯ ନମ୍ବର ପାଲଟିଛି ମରଣଯନ୍ତା । ସୂଚନାଯୋଗ୍ୟ ଯେ ରରୁଆଁ ଥାନା ଅନ୍ତର୍ଗତ ଜାତୀୟ ରାଜପଥ ଫୁଲଗନ୍ଥା ନିକଟରେ ଗୋଟାଏ ସ୍କୁଟିରେ ୩ ଜଣ ନିଜର ଲୋକ ନିଜର ସଂପର୍କୀୟ ରୋଗୀଙ୍କୁ କରଂଜିଆ ଉପଖଣ୍ଡ ଚିକିତ୍ସାଳୟକୁ ଦେଖାଇବାକୁ ଯାଉଥିବା ବେଳେ ପଛରୁ ଏକ ଟ୍ରଲର ଧକ୍କାରେ ଟ୍ରଲର ଚକାତଳେରେ ପେଶି ହୋଇଯାଇଥିଲେ ।ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଦିନ ୩ ଘଣ୍ଟା ଧରି ଚେଷ୍ଟା କରି ଉଦ୍ଧାର କରିଥିଲେ । ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ କରଂଜିଆ ଡାକ୍ତରଖାନାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିଲା । ଲୋକେ ଉତେଜିତ ହୋଇ କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଥିଲେ ।ରରୁଆଁ ପୋଲିସ ଏବଂ ଶୁକ୍ରୁଳି ପୋଲିସ ଘଟଣାସ୍ଥଳରେ ଲୋକମାନଙ୍କୁ ବୁଝାସୁଝା କରିଥିଲେ । ମୃତକ ୩ ଜଣଙ୍କ ଘର ହେଲା କେନ୍ଦୁଝର ଜିଲ୍ଲାର ବାରିକ ଥାନା ଅନ୍ତର୍ଗତ ଭଣ୍ଡ ଗ୍ରାମର ଗୁରୁ ଚରଣ ମୁଣ୍ଡା(୩୦),ଚୁଟୁନ ମୁଣ୍ଡା(୪୦) ଏବଂ ସୁରସିଂ ମୁଣ୍ଡା(୬୦) ।


