ବିଶ୍ବାବସୁ ଶବର ସମାଜ ସଂସ୍କୃତି କଲ୍ୟାଣ ସମିତିର ବାର୍ଷିକ ଛାତ୍ର ସମ୍ମିଳନୀ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ନୂଆଗଡ ବ୍ଲକ ଅନ୍ତରଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ମାଣିକପୁର ଗ୍ରାମ ରେ ବିଶ୍ବାବସୁ ଶବର ସମାଜ କଲ୍ୟାଣ ସମିତିର ଦୁଇ ଦିନିଆ ବାର୍ଷିକ ଛାତ୍ର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏକ ଶିକ୍ଷିତ, କୁସଂସ୍କାରମୁକ୍ତ ସମାଜ ଗଠନ ଏବଂ ଉତ୍ତମ ନାଗରିକ ଗଠନ ର ଲକ୍ଷ୍ଯ ନେଇ ଏହି ସମ୍ମିଳନୀ ଆୟୋଜିତ ହୋଇଥିଲା । ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଶିକ୍ଷାବିତ ସୋମନାଥ ପ୍ରଧାନ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଆଦର୍ଶ ଛାତ୍ର ର ଗୁଣାବଳୀ ଓ ସୁନାଗରିକ ହେବାର ମନ୍ତ୍ର ଦେଇଥିଲେ । ମୁଖ୍ୟବକ୍ତା ଭାବରେ ଅଲଡା ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀ ତଥା ବିଶିଷ୍ଟ ଆଧ୍ୟାତ୍ମିକ ସାଧ୍ବୀ ମାତାଜୀ ଅନୀତା ମିଶ୍ର ଯୋଗଦେଇ ଛାତ୍ରଛାତ୍ରୀଙ୍କୁ କିଭଳି ଏକ ଆଦର୍ଶ ଛାତ୍ର ଭାବେ ସେମାନେ ନିଜକୁ ଗଢିବେ ଏବଂ ଉତ୍ତମ ନାଗରିକ ହୋଇ ସମାଜ ତଥା ଦେଶର ସେବା କରିବେ ସେ ବିଷୟରେ ଉଦବୋଧନ ଦେଇଥିଲେ । ସର୍ବପ୍ରଥମେ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ସଂକୀର୍ତ୍ତନ ମାଧ୍ୟମରେ ଗ୍ରାମ ପରିକ୍ରମା କରିଥିଲେ । ତତ୍ ପରେ ସତସଙ୍ଗ,ଜଳପାନ, ଛାତ୍ରଛାତ୍ରୀଙ୍କ ସାଧାରଣ ଜ୍ଞାନ ପରୀକ୍ଷଣ, ବକ୍ତୃତା ପ୍ରତିଯୋଗିତା,ଦେଶାତ୍ମବୋଧକ ଓ ଭଜନ ସଂଗୀତ ଓ ନୃତ୍ୟ ପ୍ରତିଯୋଗିତା ହୋଇଥିଲା । ପ୍ରତିଯୋଗିତାରେ ସଫଳ ହୋଇଥିବା ଛାତ୍ରଛାତ୍ରୀଙ୍କୁ ମୁଖ୍ୟଅତିଥି ଓ ମୁଖ୍ୟବକ୍ତା ଙ୍କ ଦ୍ବାରା ମାନପତ୍ର ଓ ଉପଢ଼ୌକନ ଦ୍ବାରା ସମ୍ବର୍ଦ୍ଧିତ କରାଯାଇଥିଲା । ଛାତ୍ରଛାତ୍ରୀ ମାନେ ସଂଗୀତ ଓ ନୃତ୍ୟ ମାଧ୍ୟମରେ ନିଜର ଲୁକ୍କାୟିତ ପ୍ରତିଭା ର ପରିପ୍ରକାଶ କରିବାରେ ସମର୍ଥ ହେବାସହ ସମାଜ ତଥା ଦେଶକୁ ଶାନ୍ତି ମୈତ୍ରୀ, ଏକତା ଓ ଅଖଣ୍ଡତା ର ବାର୍ତ୍ତା ଦେଇଥିଲେ ।ପରିଶେଷରେ ଏକ ଉତ୍ତମ ସମାଜ ଗଠନ ପାଇଁ ସମସ୍ତଙ୍କ ସହଯୋଗ କାମନା କରି ସଭାପତି କର୍ଣ୍ଣରଥୀ ବେହେର୍ଦଳାଇ ଉଦଯାପନ କରିଥିଲେ । ମଞ୍ଚ ପରିଚାଳନା କରିଥିଲେ ବିଶିଷ୍ଟ ମଞ୍ଚ ପରିଚାଳକ ଶ୍ରୀଯୁକ୍ତ ହରିଶ୍ଚନ୍ଦ୍ର ଦଳବେହେରା ଓ ରୁଷିଆ କାର୍ଯୀ । ପ୍ରତିଯୋଗିତା ପରିଚାଳନା ଓ ବିଚାରକ ଦାୟିତ୍ବରେ ଥିଲେ ଅଧ୍ୟାପିକା ନଳିନୀ କାର୍ଯୀ , ଶିକ୍ଷକ ରାମଚନ୍ଦ୍ର ଦଳବେହେରା, ମନୋଜ ଦଳାଇ, ବନମାଳି ବାଣୁଆ, ସୁରେଶ ରଇତ, ଲକ୍ଷ୍ମଣ ନାୟକ, ମେଳା ପ୍ରଧାନ,ଉମାଶଙ୍କର ଦଳବେହେରା, ଦ୍ରୌପଦୀ ଦଳାଇ, ହରି କାର୍ଯୀ, ଏବଂ ତାରିଣୀ କାର୍ଯୀ ଥିଲେ । ସଭାରେ ଅନ୍ୟମାନଙ୍କ ମଧ୍ଯ ରେ ସମାଜ ର ସହ-ସଂପାଦକ କାହ୍ନୁ ରଇତ, ବାଚସ୍ପତି ଦିଲେଶ୍ଵର ପୁଜାରୀ, ଓରା ମହାନାୟକ, ସ୍ଵାସ୍ଥ୍ୟ ଅଧିକାରୀ ଚୈତନ୍ୟ ଦଳାଇ, ବିଶିଷ୍ଟ ଶିକ୍ଷାବିତ ସୋମନାଥ ଦଳାଇ ଓ ସୁରେନ୍ଦ୍ର କାର୍ଯୀ, ବିଶିଷ୍ଟ ସମାଜସେବୀ ପୁଟ୍ରୁପଡା ଗ୍ରାମ ପଞ୍ଚାୟତର ସମିତିସଭ୍ଯ ଶ୍ରୀଯୁକ୍ତ ନାରାୟଣ ନାୟକ ଏବଂ ୨୩ ଖଣ୍ଡ ଗ୍ରାମର ନବନାୟକ ଉପସ୍ଥିତ ଥିଲେ । ଏହି ସଭାରେ ୨୩ ଖଣ୍ଡ ଗ୍ରାମ ର ପ୍ରାୟ ୫୦୦ ଛାତ୍ରଛାତ୍ରୀ ଓ ୭୦୦ ଅଭିଭାବକ ଯୋଗଦେଇଥିଲେ । ଏହି ସଭା ଆୟୋଜନ ର ସଂପୂର୍ଣ୍ଣ ଭାର ଓ ତଦାରଖ କରିଥିଲେ ମାଣିକପୁର ଗ୍ରାମ ର ଦୁଇ ପ୍ରମୁଖ ବ୍ୟକ୍ତି କନ୍ତାରୁ କାର୍ଯୀ ଓ ବିଶ୍ବନାଥ କାର୍ଯୀ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ