ବିଶ୍ୱମଣି ଗୋପବନ୍ଧୁ ଓଡ଼ିଆ ଅସ୍ମିତା, ସ୍ୱାଭିମାନ ତଥା ସମାଜସେବାର ସର୍ବକାଳୀନ ଆଦର୍ଶ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ, ସଂସ୍କୃତି ବିଭାଗ ପକ୍ଷରୁ ସ୍ଥାନୀୟ ୟୁନିଟ୍‌-୮ସ୍ଥିତ ଉତ୍କଳମଣି ଗୋପବନ୍ଧୁଙ୍କ ପ୍ରତିମୂର୍ତି ସ୍ଥଳରେ ୧୪୬ତମ ଜୟନ୍ତୀ ପୁଷ୍ପମାଲ୍ୟ ଅର୍ପଣ ସହ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ତଥା ଅଭିଯାନର ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥୀ ସଂଯୋଜନା ଓ ସଭାପତିତ୍ୱ କରି ମତବ୍ୟକ୍ତ କରିଥିଲେ ଯେ, ଉତ୍କଳମଣି ପ୍ରକୃତରେ ଥିଲେ ବିଶ୍ୱମଣି । ଓଡ଼ିଶାର ସ୍ୱାଧୀନତା ସଂଗ୍ରାମ, ଭାଷା ସାହିତ୍ୟ, ସାମ୍ବାଦିକତା, ସମାଜସେବା ତଥା ଶିକ୍ଷାବିତ, ସଂଗଠକ ଭାବରେ ତାଙ୍କ ଅବଦାନ ଚିରସ୍ମରଣୀୟ । ବକୁଳବନ ପ୍ରତିଷ୍ଠା ସହିତ ସମାଜସେବାର ମୂର୍ତିମନ୍ତ ପ୍ରତୀକ ଭାବେ ତାଙ୍କର ପ୍ରାସଙ୍ଗିକତା ଆଜିବି ଅତୁଟ ରହିବା ସହିତ ଓଡ଼ିଆ ଅସ୍ମିତା, ସ୍ୱାଭିମାନ ତଥା ସମାଜସେବାର ସର୍ବକାଳୀନ ଆଦର୍ଶ ବୋଲି ମତବ୍ୟକ୍ତ କରିବା ସହିତ କାରା କବିତା, ବନ୍ଦୀର ଆତ୍ମକଥା ପ୍ରମୁଖ କାଳଜୟୀ ରଚନା ଆଜିବି ଘରେ ଘରେ ସୁପରିଚିତ । ଆଜିର ଯୁବପୀଢ଼ୀ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଅତିଥିମାନେ ମତବ୍ୟକ୍ତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ବିଧାୟକ ଅନନ୍ତ ନାରାୟଣ ଜେନା, ପୂଜ୍ୟପୂଜା ପ୍ରାଣ ଲକ୍ଷ୍ମୀଧର ବେହେରା, ବ୍ରଜବନ୍ଧୁ ପରିଡ଼ା, ଦିଲ୍ଲୀପ ଦାସଶର୍ମା, ପ୍ରବୀର ମହାନ୍ତି, ସାମ୍ବାଦିକ ଅରବିନ୍ଦ ତ୍ରିପାଠୀ, ସଂଯୋଜକ ନାରାୟଣ ଓଝା, ମନୋରଂଜନ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ସ୍ମୃତିଚାରଣ କରିଥିଲେ । ଏହି ଅବସରରେ ଆରକ୍ଷୀ ଅଧିକ୍ଷକ ମାନସ ଗଡ଼ନାୟକଙ୍କୁ ସମାଜସେବା ପାଇଁ ଗୋପବନ୍ଧୁ ସମ୍ମାନ ପ୍ରଦାନ କରାଯିବା ସହିତ ବାପୁ ଓଝାଙ୍କ ପ୍ରତିଷ୍ଠାରେ ରାଜଧାନୀ ସଂଗ୍ରାମୀ ସେବା ସଂଘ ହୁଣ୍ଡିର ଶୁଭାରମ୍ଭ କରାଯାଇଥିଲା

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ