ବିଶ୍ୱର ସବୁଠାରୁ ମହଙ୍ଗା ଜେଲ୍
ଜେଲ କଥା ଉଠିବା ମାତ୍ରେ ମନରେ ଅନେକ ପ୍ରକାର କଥା ଆସିଥାଏ । ଅର୍ଥାତ୍ ସେଠାର ସୁରକ୍ଷା ବ୍ୟବସ୍ଥା, କଏଦୀଙ୍କ ଖାଇବାପିଇବା ଆଦି । ମାତ୍ର କ୍ୟୁବାରେ ଏପରି ଏକ ଜେଲ ରହିଛି ଯାହାକି ସବୁଠାରୁ ଭିନ୍ନ । ଏହାର ନାମ ରଖାଯାଇଛି ‘ଗୁଆଣ୍ଟାନମୋ ବେ’ ଜେଲ । ଏଠାରେ ଜଣେ ଦୋଷୀ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥାଏ । ଏଥିପାଇଁ ଉକ୍ତ ଜେଲକୁ ବିଶ୍ୱର ସବୁଠାରୁ ମହଙ୍ଗା ଜେଲ ବୋଲି ମଧ୍ୟ କୁହାଯାଏ । ଏହା ଗୁଆଣ୍ଟାନମୋ ସମୁଦ୍ର ତଟରେ ଥିବାରୁ ଏହାର ଏପରି ନାମକରଣ ହୋଇଛି । ଏକ ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ଏହି ଜେଲରେ ୪୦ ଜଣ କଏଦୀ ଅଛନ୍ତି । ବର୍ଷକୁ ଜଣେ କଏଦୀ ପିଛା ୯୩ କୋଟି ଟଙ୍କା ଖର୍ଚ୍ଚ ହୋଇଥାଏ । ଜେଲରେ ୧୮୦୦ ସୁରକ୍ଷା କର୍ମୀ ଜଗିରହିଛନ୍ତି । ପ୍ରତି କଏଦୀଙ୍କ ପାଇଁ ୪୫ ସୁରକ୍ଷାକର୍ମୀ ନିୟୋଜିତ ରହିଛନ୍ତି । ଜେଲର ସୁରକ୍ଷା ବ୍ୟବସ୍ଥା ନିମନ୍ତେ ନିୟୋଜିତ ସୁରକ୍ଷାକର୍ମୀଙ୍କ ପାଇଁ ବର୍ଷକୁ ୩୯୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଥାଏ । ତେବେ ଏଠାରେ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ରଖାଯାଇଥାଏ । ରିପୋର୍ଟ ଅନୁସାରେ, ୯/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ଖାଲିଦ ଶେଖ ମହମ୍ମଦ ଏହି ଜେଲରେ ଅଛନ୍ତି ।
ଏହା ୩ ମହଲା ବିଶିଷ୍ଟ । ପ୍ରଥମ ୨ ମହଲା ଇଣ୍ଟଲିଜେନ୍ସି ହେଡ୍କ୍ୱାର୍ଟର ହୋଇଥିବାବେଳେ ତୃତୀୟ ମହଲାଟି ଚିକିତ୍ସାଳୟ । ଏହା ବ୍ୟତୀତ ଓକିଲଙ୍କ ପାଇଁ ଏଠାରେ ଭିନ୍ନ ଭିନ୍ନ କୋଠରୀ ରହିଛି, ଯେଉଁଠାରେ କଏଦୀମାନେ ସେମାନଙ୍କ ସହ କଥା ହୋଇପାରିବେ । ଏଠାରେ ଷ୍ଟାଫ୍ କଏଦୀଙ୍କ ପାଇଁ ଚର୍ଚ୍ଚ ଏବଂ ସିନେମା ଦେଖିବାର ବ୍ୟବସ୍ଥା ରହିଛି । ଅନ୍ୟ କଏଦୀଙ୍କ ପାଇଁ ଜିମ୍ ଏବଂ ପ୍ଲେ ଷ୍ଟେଶନ କରାଯାଇଛି ।


