ଭିତରକନିକା ଅଭୟାରଣ୍ୟକୁ ସୁରକ୍ଷା ପାଇଁ ନିବେଦନ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):ବେଆଇନ ଚିଙ୍ଗୁଡି ଘେରୀ ଓ ଅନୁପ୍ରବେଶକାରୀଙ୍କ କବଳରୁ ଦଳିତ ଗ୍ରାମବାସୀ ଏବଂ ଭିତରକନିକା ଅଭୟାରଣ୍ୟକୁ ସୁରକ୍ଷା ପ୍ରଦାନ କରାଯିବାକୁ ଜିଲ୍ଲାପାଳଙ୍କ ନିକଟରେ ନିବେଦନ କରାଯାଇଛି । ରାଜନଗର ତହସିଲ ଅନ୍ତର୍ଗତ ଈଶ୍ୱରପୁର ଗ୍ରାମପଂଚାୟତର ବଳଭଦ୍ରପୁର(ରାବଣେଶ୍ୱର)ଗ୍ରାମର ଦଳିତ ଅଧିବାସୀ, ମହିଳା ସ୍ୱୟଂ ଶହାୟିକା ଗୋଷ୍ଠି, ଛାତ୍ରଛାତ୍ରୀ, ଶିକ୍ଷକ ପ୍ରଭୃତି ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଛନ୍ତି ଯେ ଏହି ଅନୁନ୍ନତ ଗ୍ରାମଟି ଭିତରକନିକା ଜାତୀୟ ଉଦ୍ୟାନର ନିକଟତ୍ତର ଏବଂ ୪ଶହରୁ ଅଧିକ ଜନସଂଖ୍ୟା ବିଶିଷ୍ଟ । ସେହି ଗ୍ରାମର ଅଧିକାଂଶ ଗରୀବ ଦଳିତ ଲୋକମାନେ ଅର୍ଥାଭାବରୁ ବାହାରେ ବିପଦ ଜନକ ଭାବେ ଦାଦନ ଖଟିବାକୁ ବାଧ୍ୟ ହେଉଛନ୍ତି । ଅନ୍ୟମାନେ ମୂଲ ଲାଗି ପରିବାର ପ୍ରତିପୋଷଣ କରିଥାନ୍ତି । ସରକାରଙ୍କ ସମସ୍ତ ଜନକଲ୍ୟାଣକାରୀ ଯୋଜନା ସେଠାରେ ସାତସପନ ଓ ବିକାଶ ଏଠି ଅପହଁଚ ହୋଇଥିବା ବେଳେ ପାନୀୟ ଜଳ ସମସ୍ୟା ଗୁରୁତ୍ତର ଅବସ୍ଥାରେ ପହଁଚିଛି । ଏକମାତ୍ର ପୋଖରୀ ସେହି ଗ୍ରାମର ଲୋକମାନଙ୍କ ପାଇଁ ଏକମାତ୍ର ସମ୍ପତ୍ତି ହୋଇଥିବା ବେଳେ ଅସଂଖ୍ୟ ଚିଙ୍ଗୁଡି ଘେରି ହୁ ହୁ ହୋଇ ବଢି ଚାଲିଥିବା ଅଭିଯୋଗ ହେଉଛି । ସେଠାରେ ଥିବା ଏକମାତ୍ର ପ୍ରାଥମିକ ବିଦ୍ୟାଳୟଟି କୋମଳମତି ଛୋଟ ଛୋଟ ପିଲାମାନଙ୍କ ଶିକ୍ଷା ଦାନ ପାଇଁ ରହିଥିବା ବେଳେ ସେହି ବିଦ୍ୟାଳୟର ସମ୍ମୁଖରେ ମାତ୍ର ଅଳ୍ପ ଦୂରତାରେ ବେଆଇନ ଭାବେ ବିରାଟକାୟ ଚିଙ୍ଗୁଡି ଘେରି ଚାଲୁଥିବା ଯୋଗୁଁ ଗ୍ରାମବାସୀମାନେ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏତଦବ୍ୟତିତ ସେଠାରେ ଆହୁରି ଚିଙ୍ଗୁଢି ଘେରି କରାଯିବାକୁ ଜେସିବିରେ ମାଟି ଖୋଳାଯାଇ ନିକଟସ୍ଥ ନଦୀରୁ ଲୁଣାପାଣି ମଟରପମ୍ପ ଯୋଗେ ସେହି ଖୋଳା ଯାଉଥିବା ପୋଖରୀରେ ଭର୍ତ୍ତି କରାଯାଉଛି । ଏହା ଦ୍ୱାରା ଗ୍ରାମବାସୀଙ୍କ କ୍ଷତି ସାଧନ ସହିତ ଜଙ୍ଗଲ ବିଭାଗ ଲଗାଇଥିବା ଚାରା ଗଛ ଗୁଡିକ ମଧ୍ୟ ମରିଯାଉଛି । ସଂପୃକ୍ତ ବ୍ୟକ୍ତି ଜଣକ ଜଣେ ଅନୁପ୍ରବେଶକାରୀ ହୋଇଥିବା ବେଳେ ସେ ଅନେକ ଗୁଡିଏ ଚିଙ୍ଗୁଡି ଘେରି କରିଥିବା ଏବଂ ଜନବସତି ନିକଟରେ ବେଆଇନ ଭାବେ ଏଭଳି ଘେରି କରିବା ପରେ ତାଙ୍କୁ ପ୍ରଶାସନ ପକ୍ଷରୁ କୈାଣସି ବାଧା ଦିଆଯାଉନଥିବା ଅଭିଯୋଗ ହୋଇଛି । ଉଚ୍ଚ ଶକ୍ତି ସମ୍ପନ୍ନ ପମ୍ପସେଟରୁ ବାହାରୁଥିବା ଧୁଆଁ, ମାଛଦାନା, ଔଷଧ ବ୍ୟବହାର ଦ୍ୱାରା ସେଥିରୁ ବାହାରୁଥିବା ରାସାୟନିକ ପ୍ରତିକ୍ରୀୟାରୁ ଏକ ଉତ୍କଟ ଦୁର୍ଗନ୍ଧ ବାହାରି ସେଠାକାରେ ପରିବେଶକୁ ଦୁଷିତ କରିବା ସହ ଲୋକମାନେ ବିଭିନ୍ନ ରୋଗର ଶିକାର ହେଉଥିବା ଅଭିଯୋଗ ହୋଇଛି । ଏହାଦ୍ୱାରା ଭିତରକନିକା ଜାତୀୟ ଉଦ୍ୟାନର ପରିବେଶ, ପ୍ରାକୃତିକ ସୈାନ୍ଧର୍ଯ୍ୟ,ସମ୍ପତ୍ତି ଓ ଧନଜୀବନ ଗଭୀର ଭାବେ ପ୍ରଭାବିତ ହେଉଥିବାରୁ ଏହାର ତୁରନ୍ତ ପ୍ରତିକାର କରାଯିବାକୁ ଗ୍ରାମବାସୀଙ୍କ ପକ୍ଷରୁ କେଶବ ଜେନା, ରବୀନ୍ଦ୍ର ଜେନା, ଚନ୍ଦ୍ରମଣୀ ଜେନା, ବସନ୍ତ ଜେନା, ଦିପ୍ତିରଞ୍ଜନ ମଲିକ, ଶଙ୍କର୍ଷଣ ଜେନା, ତରଣୀସେନ ଜେନା, ପ୍ରଦୀପ୍ତ ଜେନା, ଶୈଳେନ୍ଦ୍ର ଜେନା, ବିଭିନ୍ନ ସ୍ୱୟଂ ସହାୟିକା ଗୋଷ୍ଠିର ସଭାନେତ୍ରୀ,ସମ୍ପାଦିକାମାନେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ