ବିଶ୍ୱ ଭାଷା ଦିବସ ପାଳିତ

ରାଇରଙ୍ଗପୁର , (ଯୁଗାବ୍ଦ ନ୍ୟୁଜ) : ସାନ୍ତାଳୀ ସମାଜର ଅଗ୍ରଣୀ ଅନୁଷ୍ଠାନ ‘ଆଦିବାସୀ ସାମାଜିକ, ଶିକ୍ଷା, ସଂସ୍କୃତି ପାଇଁ କାମ କରୁଥିବା ଅନୁଷ୍ଠାନ ‘ଆସେକା’ ତରଫରୁ ବିଶ୍ୱ ଭାଷା ଦିବସକୁ ଧୁମଧାମରେ ପାଳନ କରାଯାଇଥିଲା । ଆସେକାର ସଭ୍ୟ ବୃନ୍ଦ ପ୍ରାରମ୍ଭରେ ସାନ୍ତାଳୀ ସମାଜର ପ୍ରାତଃ ସ୍ମରଣୀୟ ତଥା ସାନ୍ତାଳି ଲିପି ‘ଅଲଚିକି’ସ୍ରଷ୍ଟା ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରି ପୂଜାର୍ଚ୍ଚନା କରି ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ ।ପରେ ସେମାନେ ପାରଂପରିକ ବେଶଭୂଷାରେ ଏବଂ ଢୋଲ,ମାଦଳ ଏବଂ ନୃତ୍ୟରେ ତାଳେ ତାଳେ ସହର ପରିକ୍ରମା କରିଥିଲେ ।ପରେ ଆସେକା କାର‌୍ୟ୍ୟାଳୟ ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ସେମାନେ ସାନ୍ତାଳୀ ଭାଷା, ସଂସ୍କୃତି ର ବିକାଶ ପାଇଁ ବିଭିନ୍ନ ପ୍ରସ୍ତାବ ଉପସ୍ଥାପନ କରିଥିଲେ । ଆଦିବାସୀ ସାନ୍ତାଳୀ ସମ୍ପ୍ରଦାୟର ଭାଷାକୁ ଭାରତ ସରକାର ଦୀର୍ଘ ୧୭ ବର୍ଷ ପୂର୍ବେ ସମ୍ବିଧାନର ଅଷ୍ଟମ ପରିଛେଦରେ ସାନ୍ତାଳୀ ଭାଷାକୁ ସ୍ଥାନିତ କରିଥିଲେ । ଭାଷା ଏକ ସଂପ୍ରଦାୟରସଂସ୍କୃତି,କଳା,ପରଂପରାର ପରିଚୟ ଦେଇଥାଏ । ସେହି ସଂପ୍ରଦାୟର ଲୋକମାନେ ଏହି ଭାଷା ଦ୍ବାରା ହିଁ ଯୋଡ଼ି ହୋଇଥାନ୍ତି । ଏହି ଭାଷା ଦିବସକୁ ପୃଥିବୀର କୋଣେ ଅନୁକୋଣେ ରହୁଥିବା ସାନ୍ତାଳୀ ସମ୍ପ୍ରଦାୟର ଲୋକେ ଆନନ୍ଦ ଉଲ୍ଲାସର ସହିତ ପାଳନ କରିଛନ୍ତି । ଏହି କାର‌୍ୟ୍ୟକ୍ରମରେ ସାନ୍ତାଳୀ ଶିକ୍ଷାବିତ୍, ଲେଖକ,କବି, ରାଜନୀତିଜ୍ଞ, ବୁଦ୍ଧିଜୀବୀ, ଛାତ୍ର ଛାତ୍ରୀ ବହୁସଂଖ୍ୟାରେ ଯୋଗ ଦେଇଥିଲେ । କାର‌୍ୟ୍ୟକ୍ରମକୁ ପରିଚାଳନାରେ ଜୀତେନ୍ଦ୍ର ହାଁସଦା, ସୁବାଷ ହାଃସଦା, ରାମଚନ୍ଦ୍ର ମାରାଣ୍ଡି,ମଣିରାମ, ହେମ୍ବ୍ରମ, ଲକ୍ଷ୍ମୀପ୍ରିୟା ମାରାଣ୍ଡି,, ସୁଭଦ୍ରା ମୁର୍ମୁ, ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ