ବିଶ୍ୱ ଯୋଗ ଦିବସ

ବାଲେଶ୍ୱର, (ସରୋଜ ପଣ୍ଡା):ଆସନ୍ତା ୨୧ ତାରିଖରେ ଆନ୍ତର୍ଜାତିକ ଯୋଗ ଦିବସ ପାଳନପାଇଁ ରବିବାର ଦିନ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ଲଳିତେଶ୍ୱରୀ କାଳୀ ମନ୍ଦିରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଯୋଗ ମହୋତ୍ସବ ସମିତିର ସଭାପତି ସୁଜିତ କୁମାର ଜେନା ଅଧ୍ୟକ୍ଷତା କରିଥିଲେ । ପଞ୍ଚାୟତଠାରୁ ବ୍ଲକ ପର୍ଯ୍ୟନ୍ତ ସମଗ୍ର ଜିଲାରେ ଏହା ପାଳନ ପାଇଁ ଏକ ଯୋଗ ଶିକ୍ଷକ ତାଲିମ ଶିବିର ଆୟୋଜନ ପାଇଁ ନିଷ୍ପତ୍ତି ନିଆଯାଇଛି । ଜିଲାର ବିଭିନ୍ନ ପ୍ରାନ୍ତରରୁ ଇଚ୍ଛୁକ ବ୍ୟକ୍ତିମାନେ ୧୧ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ପ୍ରଶିକ୍ଷଣ ଶିବିରରେ ଭାଗ ନେଇପାରିବେ । ଆସନ୍ତା୍ ୨୧ ତାରିଖରେ ଚାନ୍ଦିପୁର ପ୍ରୁଫ ପରୀକ୍ଷା କେନ୍ଦ୍ର, ବାଲେଶ୍ୱର ଜେଲ୍‌, ପୁଲିସ ଲାଇନ୍‌, ଆୟୁଷ୍ମାନ କଲ୍ୟାଣ ମଣ୍ଡପ ଇସିଏଚଜି, ଫକୀରମୋହନ ମହାବିଦ୍ୟାଳୟ, ବାଲେଶ୍ୱର ଜିଲା ସ୍କୁଲ ସମେତ ୧୫୦ ସ୍ଥାନରେ ଏହା ପାଳନ କରାଯିବାକୁ ସ୍ଥିର ହୋଇଥିଲା । ଏଥିରେ ସମିତିର ଉପ-ସଭାପତି ଦମୟନ୍ତୀ ମହାପାତ୍ର, ସମ୍ପାଦକ ଅଜୟ ଚୌଧୁରୀ, ଯୁଗ୍ମ ସମ୍ପାଦକ ସଞ୍ଜୀବ ତାଲଦି, କୋଷାଧ୍ୟକ୍ଷ ବଳଭଦ୍ର ଶତପଥୀ, ସଭ୍ୟ ସଞ୍ଜୟ ମହାପାତ୍ର, ଗୋପାଳ ନାୟକ, ଡ. ଚତ୍ତରଞ୍ଜନ ସାହୁ, ଆଚାର୍ଯ୍ୟ ବିଜୟଜୀ, ପାର୍ଥ ପ୍ରୀତିମ କର, ରାଜେଶ କର, ସଭ୍ୟା ସ୍ନେହଲତା ଦାସ, ସରସ୍ୱତୀ ଭୋଇ, ଅର୍ଚ୍ଚନା କର, ସାବିତ୍ରୀ ବେହେରା, ଅନିତା ମିତ୍ର, ଜାନକୀ ଦାସ, ତାପତୀ ଦେ, ପବିତ୍ରା ସାହୁ ପ୍ରମୁଖ ଏଥିରେ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ