ବିଶ୍ୱ ହାତଧୁଆ ଦିବସ ପାଳିତ
ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ପ୍ରତି ବର୍ଷ ଅକ୍ଟୋବର ୧୫ ତାରିଖକୁ ବିଶ୍ୱ ହାତଧୁଆ ଦିବସ ରୂପେ ପାଳନ କରାଯାଏ । ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ହିଞ୍ଜିଳିକାଟୁ ସହର ସ୍ଥିତ ୱାଟର ଫର ପିପୁଲ ଆନୁକୂଲ୍ୟରେ ଏବଂ ଖରିଡା ପଞ୍ଚାୟତର ମିଳିତ ସହଯୋଗରେ ଗୁରୁବାର ବିଶ୍ୱ ହାତଧୁଆ ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ରାଜୀବ ବିଷୋୟୀଙ୍କ ତତ୍ତ୍ୱାବଧାନରେ ଖରିଡା ହାଇସ୍କୁଲରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ସରପଞ୍ଚ ରଘୁନାଥ ବେହରା ଏବଂସମ୍ମାନିତ ଅତିଥି ଭାବେ ପିଇଓ ସୁଶାନ୍ତ କୁମାର ପାତ୍ର ରୂପେ ଯୋଗ ଦେଇଥିଲେ । ଏହି ଅବସରରେ ଆଧୁନିକ ଯୁଗରେ ଦୈନନ୍ଦିନ ଚଳଣି ଏବଂ ୪୦ ପ୍ରକାର ରୋଗରୁ ରକ୍ଷା ପାଇବା ସହ ଏକ ସୁସ୍ଥ ଜୀବନ ଯାପନ ପାଇଁ ହାତ ଧୋଇବାର ଜରୁରୀ ଆବଶ୍ୟକତା ସମ୍ପର୍କରେ ଅତିଥିମାନେ ମତ ପ୍ରକାଶ କରିଥିଲେ । ପରେ ସାବୁନ ଓ ହ୍ୟାଣ୍ଡୱାସ ଦ୍ୱାରା ହାତ ଧୋଇବାର ୬ ପ୍ରକାର ପ୍ରଣାଳୀ ପ୍ରଦର୍ଶିତ ହୋଇ ଉପସ୍ଥିତ ସଦସ୍ୟଙ୍କୁ ହାତଧୁଆ ସାମଗ୍ରୀ ବଣ୍ଟନ କରା ଯାଇଥିଲା । ଏହି କାର୍ଯ୍ୟକ୍ରମରେ,ରାମକୃଷ୍ଣ ପୁରୋହିତ, କୁମୁଦିନୀ ସେଠୀ, ଆରତୀ ପଟ୍ଟନାୟକ, ବିଷ୍ଣୁ ବେହେରା, ସଂଧ୍ୟାରାଣୀ ପଟ୍ଟନାୟକ, ସୁଜାତା ସାହୁ,ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ଆଶା କର୍ମୀ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।


